ନୟାଗଡ଼,(ବାଘୁଆବାର୍ତ୍ତା): ଆୟବର୍ହିଭୁତ ସଂପତ୍ତି ଠୁଳ କରିଥିବା ନେଇଥିବା ଭିଜିଲାନ୍ସ ପାଖରେ ଅଭିଯୋଗ ହୋଇଥିଲା । ଯାହାକୁ ନେଇ ଆଜି ଭିଜିଲାନ୍ସ ଟିମ୍ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକରେ କାର୍ଯ୍ୟରତ ଥିବା ଯନ୍ତ୍ରୀ କେ. ନଗେଶ୍ୱର ସେନାପତିଙ୍କ ଘରେ ଚଢ଼ଉ କରିଥିଲେ । ଯନ୍ତ୍ରୀଙ୍କ ବାସଭବନରେ ଚଢ଼ଉ କରିବା ସହିତ ଯନ୍ତ୍ରୀଙ୍କ ଶଳାଘର ବ୍ରହ୍ମପୁରରେ ମଧ୍ୟ ଚଢ଼ଉ କରିଥିଲେ । ଆସିକା ବାସଭବନ ଓ ରାୟଗଡ଼ ବ୍ଲକ୍ ଅଫିସ ଓ ଯନ୍ତ୍ରୀଙ୍କ ଇଟା ଫ୍ୟାକ୍ଟ୍ରିରେ ମଧ୍ୟ ଗଜପତି ଭିଜିଲାନ୍ସ ଚଢ଼ଉ କରିଥିବା ସୂଚନା ମିଳିଛି ।





