Friday, September 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶ୍ରମିକଙ୍କ ଉପରେ ଚଢ଼ିଗଲା ସରକାରୀ ବସ୍

by ସଞ୍ଜୟ ସ୍ୱାଇଁ
March 20, 2025
in Accident, State
ଶ୍ରମିକଙ୍କ ଉପରେ ଚଢ଼ିଗଲା ସରକାରୀ ବସ୍
45
VIEWS
Share on FacebookShare on Twitter

ଭଞ୍ଜନଗର, (ବାଘୁଆବାର୍ତ୍ତା): ବସ୍‌ଷ୍ଟାଣ୍ଡରେ ଶୋଇଥିବା ବେଳେ ଶ୍ରମିକଙ୍କ ଉପରେ ଚଢ଼ିଗଲା ସରକାରୀ ବସ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ହେଲେ ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ବ୍ରାହ୍ମଣ ପଦର ଗ୍ରାମର ତ୍ରିନାଥ ଗୌଡ଼। ସୂଚନାନୁଯାୟୀ, ଭଞ୍ଜନଗର ବସଷ୍ଟାଣ୍ଡର ବିଭିନ୍ନ ହୋଟେଲରେ ପାଣି ଦେଇ ପରିବାର ଚଳାଉଥିଲେ। ତେଣୁ ସେ ଗ୍ରାମକୁ ଦରକାର ବେଳେ ଯାଉଥିଲେ। ଅନ୍ୟ ଦିନ ମାନଙ୍କରେ କାମ ସରିଲେ କେଉଁ ହୋଟେଲ ବାରଣ୍ଡାରେ ଶୋଇ ପଡୁଥିଲେ। କିନ୍ତୁ ବୁଧବାର ରାତିରେ ସେ ବସଷ୍ଟାଣ୍ଡର ରାସ୍ତା କଡ଼ରେ ଶୋଇ ପଡିଥିଲେ। ଏହି ସମୟରେ ଉମରକୋଟରୁ ଆସୁଥିବା ଏକ ସରକାରୀ ବସ ରାତି ୧ଟାରେ ଭଞ୍ଜନଗର ବସଷ୍ଟାଣ୍ଡରେ ପହଞ୍ଚିଥିଲା। ଏହାପରେ ଗାଡ଼ି ଚାଳକ ସାଇଡ କରି ରଖିବା ବେଳକୁ ରାସ୍ତାକଡ଼ରେ ଶୋଇଥିବା ତ୍ରିନାଥ ଉପରେ ବସ ଚଢ଼ି ଯାଇଥିଲା। ଏହାପରେ ଥାନା ଅଧିକାରୀ ଜିବନା ନନ୍ଦ ଜେନା ଘଟଣା ସ୍ଥଳରେ ପହଞ୍ଚି ତ୍ରିନାଥଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲ ନେଇଥିଲେ। ସେଠାରେ ତ୍ରିନାଥଙ୍କ ମୃତ୍ୟୁ ଘଟିଥିଲା। ସୂଚନାଯୋଗ୍ୟ, ବୁଧବାର ଉମରକୋଟରୁ ବାହାରି ଭୁବନେଶ୍ୱର ଆସୁଥିବା ଏକ ଓଏସ୍‌ଆର୍‌ଟିସି ବସ (ଓଡି୦୨ବିୟୁ୪୧୧୦) ଗୁରୁବାର ଭୋର୍‌ ସମୟରେ ଭଞ୍ଜନଗର ବସଷ୍ଟାଣ୍ଡ ରେ ପହଞ୍ଚିଥିଲା। ଏହି ସମୟରେ ଅସାବଧାନତା ବଶତଃ ରାସ୍ତା କଡରେ ଶୋଇଥିବା ତ୍ରିନାଥ ଉପରେ ବସଟି ଚଢି ଯାଇଥିଲା।ଫଳରେ ଘଟଣାସ୍ଥଳରେ ହିଁ ତ୍ରିନାଥଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଏଥିସହ ପୋଲିସ ୨୮୭/୨୫ ରେ ଏକ ମାମଲା ରୁଜୁ କରି ବସକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!