ଭୁବନେଶ୍ୱର,(ବାଘୁଆବାର୍ତ୍ତା): ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ପରିସମାପ୍ତି ଘଟାଇଛନ୍ତି ଉଚ୍ଚ ନ୍ୟାୟାଳୟ। ଆଜି ହାଇକୋର୍ଟରେ ଅଞ୍ଜନାଙ୍କ ଆବେଦନର ଶୁଣାଣି ବେଳେ ରାଜ୍ୟ ସରକାର ଓ ସିବିଆଇ ପକ୍ଷରୁ ଦର୍ଶାଯାଇଥିଲା ଯେ ଏହି ମାମଲାରେ ଫେରାର ଥିବା ଅଭିଯୁକ୍ତ ବିବନ ବିଶ୍ଵାଳକୁ ଗିରଫ କରାଯାଇଛି। ଏଭଳି ସ୍ଥିତିରେ ହାଇକୋର୍ଟ ମାମଲାର ଶୁଣାଣିର ଅନ୍ତ ଘଟାଇଛନ୍ତି।





