ନୟାଗଡ଼,(ବାଘୁଆବାର୍ତ୍ତା): ଜିଲ୍ଲା ସଂସ୍କୃତି ପରିଷଦ ଏବଂ ନାଟ୍ୟଧାରା ଆନୁକୁଲ୍ୟରେ ଆଜି ନାଟକ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି । ସକାଳୁ ଜଗନ୍ନାଥଙ୍କ ଧଣ୍ଡାମାଳକୁ ଶୋଭାଯାତ୍ରାରେ ଅଣାଯାଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିବା ବେଳେ ଅପରାହ୍ନରେ ନାଟକ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି । ପ୍ରଖ୍ୟାତ ହାସ୍ୟ ଅଭିନେତା ଅନ୍ତର୍ଯ୍ୟାମୀ ପଣ୍ଡା ଓରଫ ପୁଣ୍ଟୁ ନନା ଏବଂ ନାଟ୍ୟକାର ବିଜୟ ମିଶ୍ରଙ୍କ ସୁପୁତ୍ର ଅରିନ୍ଦମ ମିଶ୍ର ଅତିଥି ଭାବେ ଯୋଗ ଦେଇ ପ୍ରଥମ ଦିବସ ନାଟକକୁ ଉଦ୍ଘାଟନ କରିଛନ୍ତି । ଆଜିର ସଂନ୍ଧ୍ୟାରେ ନୟାଗଡ଼ର ନାଟ୍ୟ ଅନୁଷ୍ଠାନ ଚତ୍ମକାର ଦ୍ୱାରା ନାଟକ ବାନପ୍ରସ୍ଥ ପରିବେଷଣ କରାଯାଇଥିବା ବେଳେ ଏହା ଦର୍ଶକଙ୍କ ଦ୍ୱାରା ବେଶ ଆଦୃତ ହୋଇଛି । ଏହି ନାଟକକୁ ଡ. ବିଜୟ ମିଶ୍ର ରଚନା କରିଥିବା ବେଳେ ନାଟ୍ୟକାର ଡ. ବିଜୟ କୁମାର ଚୈାଧୁରୀ ଏହାର ନିର୍ଦ୍ଦେଶନା ଦେଇଛନ୍ତି । ନାଟ୍ୟଧାରା ସଭାପତି ପ୍ରମୋଦ ପଟ୍ଟନାୟକ, ସଂମ୍ପାଦକ ଲକ୍ଷ୍ମୀଧର ମହାପାତ୍ର ପ୍ରମୂଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।





