Thursday, September 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦୀପକ ସାହୁ ହତ୍ୟା ଘଟଣା, ହତ୍ୟାକାରୀ ମା’ ଏବଂ ବଡ଼ ପୁଅ ଗିରଫ

by ସଞ୍ଜୟ ସ୍ୱାଇଁ
March 19, 2025
in Crime, State
ଦୀପକ ସାହୁ ହତ୍ୟା ଘଟଣା, ହତ୍ୟାକାରୀ ମା’ ଏବଂ ବଡ଼ ପୁଅ ଗିରଫ
39
VIEWS
Share on FacebookShare on Twitter

ବ୍ରହ୍ମପୁର, (ବାଘୁଆବାର୍ତ୍ତା): ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ହାତୀଓଟ ଗ୍ରାମର ଦୀପକ ସାହୁ ହତ୍ୟା ଘଟଣା। ୧୦ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ। ହତ୍ୟାକାରୀ ମା’ ଏବଂ ବଡ଼ ପୁଅ ଗିରଫ। ବିଭିନ୍ନ ଦିଗକୁ ଅନୁଧ୍ୟାନ କରି ସାଇଣ୍ଟିଫିକ୍‌ ଟିମ୍‌ର ରିପୋର୍ଟ ଆଧାରରେ ହତ୍ୟା ଘଟଣାର ପର୍ଦ୍ଦାଫସ୍ କଲା ପୋଲିସ। ସାନ ପୁଅକୁ ହତ୍ୟା କରି ଦୁର୍ଘଟଣା ରୂପ ଦେଇଥିଲେ ମା’ ଏବଂ ବଡ଼ପୁଅ। ଅଭିଯୁକ୍ତମାନେ ହେଲେ ହାତୀଓଟ ଗ୍ରାମର ସୁରଜ ସାହୁ ଓ ତାଙ୍କ ମା’ବୈଜୟନ୍ତୀ ସାହୁ। ପୋଲିସ ସେମାନଙ୍କୁ ଗିରଫ କରି ଏବେ କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ, ହାତୀଓଟ ଗ୍ରାମର ବୈଜୟନ୍ତୀ ସାହୁ ଦୁଇ ପୁଅ ସୁରଜ ଓ ଦୀପକଙ୍କ ସହ ରହୁଥିଲେ। ବିଭିନ୍ନ ସମୟରେ ସାନ ପୁଅ ଦୀପକ ଘରେ ଗଣ୍ଡଗୋଳ କରୁଥିଲା। ଏପରିକି ଅଧିକାଂଶ ସମୟ ବାହାରେ ରହୁଥିଲା। ଗତ ୧୬ ତାରିଖ ରାତିରେ ଦୀପକ ଘରକୁ ଆସି ପୁଣିଥରେ ମା’ ଓ ବଡ଼ଭାଇ ସହିତ ଗଣ୍ଡଗୋଳ କରି ପାଟିତୁଣ୍ଡ କରିଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ମା’ ଓ ବଡ଼ପୁଅ ସୁରଜ ମିଶି ଦୀପକଙ୍କ ତିଣ୍ଟିଚିପି ହତ୍ୟା କରିଥିଲେ। ଘଟଣା ପରେ ସେମାନେ ଦୀପକଙ୍କୁ ପୋଲସରା ମେଡିକାଲ ନେଇଥିଲେ। ଦୀପକ କୌଣସି ଏକ ଦୁର୍ଘଟଣାରେ ଶିକାର ହୋଇ ଘରକୁ ଆସି ଅଚେତ ହୋଇ ପଡ଼ିଥିଲା ବୋଲି କହିଥିଲେ। ଚିକିତ୍ସା ପରେ ଡାକ୍ତର ଦୀପକଙ୍କୁ ମୃତ ଘୋଷଣା କରିଥିଲେ। କବିସୂର୍ଯ୍ୟନଗର ଥାନା ପୁଲିସ ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ସାଇଣ୍ଟିଫିକ୍‌ ଟିମ୍‌ର ପ୍ରମାଣ ଆଧାରରେ ତାହା ହତ୍ୟା ବୋଲି ଜଣାପଡ଼ିଥିଲା। ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ପୁରୁଷୋତ୍ତମପୁର ଏସ୍‌ଡିପିଓ ଡ. ଦୀପକ କୁମାର ମିଶ୍ର ଓ କବିସୂର୍ଯ୍ୟନଗର ଥାନା ଅଧିକାରୀ ନିରଞ୍ଜନ ଦାସ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଅଧିକ ଜେରା ପରେ ଉଭୟ ମା-ପୁଅ ମିଶି ସାନ ଭାଇକୁ ହତ୍ୟା କରିଥିବା ପୁଲିସ ଆଗରେ ସ୍ବୀକାର କରିଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!