Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଧାରଣାରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ, ଜିଲ୍ଲାରେ ସ୍ବାସ୍ଥ୍ୟ ସେବା ପ୍ରଭାବିତ

by ସଞ୍ଜୟ ସ୍ୱାଇଁ
March 18, 2025
in Nayagarh, State
ଧାରଣାରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ, ଜିଲ୍ଲାରେ ସ୍ବାସ୍ଥ୍ୟ ସେବା ପ୍ରଭାବିତ
210
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ନବମ ଦିନରେ ପହଞ୍ଚିଛି। ସ୍ବାସ୍ଥ୍ୟ ବିଭାଗ ରେ କାର୍ଯ୍ୟରତ ରାଜ୍ୟ ସ୍ବାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଙ୍ଗର ଆହ୍ବାନରେ ରାଜ୍ୟର ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ୪୨୦୦ ସ୍ବାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ଭୁବନେଶ୍ୱର ସ୍ଥିତ ଲୋୟର ପିଏମଜି ରାସ୍ତାରେ ଧାରଣାରେ ଥିବାରୁ ବର୍ତ୍ତମାନ ସ୍ବାସ୍ଥ୍ୟ ବିଭାଗ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଉଛି। ଗ୍ରାମାଞ୍ଚଳ ସ୍ବାସ୍ଥ୍ୟ ସେବା ଠାରୁ ଆରମ୍ଭ କରି ସହରାଞ୍ଚଳର ସ୍ବାସ୍ଥ୍ୟ ସେବା ଓ ସ୍ବାସ୍ଥ୍ୟ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଏକ ପ୍ରକାର ଠପ୍ ହୋଇଯାଇଛି।

ନୟାଗଡ଼ ଜିଲ୍ଲାରୁ ପ୍ରାୟ ୮୬ ଜଣ କର୍ମଚାରି ଗତ ମାର୍ଚ୍ଚ ୧୦ ତାରିଖରୁ ରାଜଧାନୀରେ ଥିବାରୁ ସ୍ବାସ୍ଥ୍ୟ ବିଭାଗ ଦୈନନ୍ଦିନ କାର୍ଯ୍ୟ ପରିଚାଳନା ରେ ବ୍ୟାଘାତ ହେଉଛି। ସେମାନଙ୍କ ଦ୍ୱାରା ପରିଚାଳିତ ହେଉଥିବା ଯକ୍ଷ୍ମା ନିରାକରଣ, କୃଷ୍ଟ ନିରାକରଣ, ମେଲେରିଆ ନିରାକରଣ,ମାତୃ ସ୍ବାସ୍ଥ୍ୟ, ଶିଶୁ ସ୍ବାସ୍ଥ୍ୟ, ପୃଷ୍ଟି କେନ୍ଦ୍ର, ଅଣ ସଂକ୍ରମନ ରୋଗ ଚିହ୍ନଟ , ଯକ୍ଷ୍ମା ରୋଗୀଙ୍କୁ ପ୍ରତ୍ୟେକ ମାସରେ ଦିଆଯାଉଥିବା ଏକ ହଜାରେ ଲେଖା ପୋଷଣ ରାଶି ପ୍ରଦାନ କରାଯାଇ ପାରୁନାହିଁ । ଜିଲ୍ଲାରେ ଏହି ସମୟରେ ୯୦ରୁ ଅଧିକ ପ୍ରସବ ହୋଇଥିବା ବେଳେ ପ୍ରସ୍ତୁତି ମହିଳା ମାନଙ୍କୁ ଜନନୀ ଶିଶୁ ସୁରକ୍ଷା ଅଧୀନରେ ୧୪୦୦ ଟଙ୍କା ଓ ଯିବାଆସିବା ଖର୍ଚ୍ଚ ୫୦୦ ଟଙ୍କା ପ୍ରଦାନ କରାଯାଇ ପାରୁନାହିଁ । ସ୍ବାସ୍ଥ୍ୟ ବିଭାଗ ୨୭ରୁ ଅଧିକ ପୋଟାଲରେ ଡାଟାଏଣ୍ଟ୍ରି ହୋଇପାରୁନାହିଁ ।

ଜିଲ୍ଲା ପୁଷ୍ଟି ସାଧନ କେନ୍ଦ୍ରରେ ଥିବା ୧୩ ଜଣ ଶିଶୁଙ୍କୁ ରାସନ୍ ସାମଗ୍ରୀ ଯୋାଇଦେବା ପାଇଁ ଦୋକାନୀ ଅମଙ୍ଗ ହେବାରୁ ସେମାନଙ୍କ ପୋଷଣ ଖାଦ୍ୟ ସହିତ ରେଗୀ ସେବା ବାଧାପ୍ରାପ୍ତ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ପାରିବ ନାହିଁ। କର୍ମଚାରୀମାନଙ୍କ ଆପତ୍ତି ଅନୁସାରେ ୨୦୦୫ ମସିହାରୁ ଏହି ଠିକା କର୍ମଚାରୀମାନେ ଅଳ୍ପ ବେତନରେ କାର୍ଯ୍ୟ କରି ଆସୁଛନ୍ତି। ବାରମ୍ବାର ଦାବି ସତ୍ତ୍ୱେ ସେମାନଙ୍କୁ ନିୟମିତ କରାଯାଇ ନାହିଁ । ପ୍ରକାଶ ଥାଉକି ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରିରହିବ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!