ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ରେ ବହୁ ବର୍ଷ ଧରି ପାଙ୍ଗା ଗ୍ୟାଙ୍ଗ ଗଠନ କରି ଜିଲା ରେ ଚଳାଇଥିଲା ଆତଙ୍କ ।ପାଙ୍ଗା ନାମରେ ଜିଲ୍ଲାର ବିଭିନ୍ନ ଥାନାରେ ରହିଛି ଏକାଧିକ ମାମଲା । ଆଜି ନୟାଗଡ଼ ସଦର ଥାନା ବାରବାଟୀ ଗାଁର ଜଣେ ବ୍ୟକ୍ତିଙ୍କ ଠାରୁ ଲୁଟ ପାଇଁ ଉଦ୍ୟମ ବେଳେ ଗ୍ରାମବାସୀ ଙ୍କ ହାବୁଡ଼ ରେ ପଡିବାରୁ ଗ୍ରାମବାସୀ ନିସ୍ତୁକ ମାଡ଼ ମାରିଥିଲେ ଫଳରେ ଗୁରୁତର ହୋଇଥିଲା ପାଙ୍ଗା । ଖବର ପାଇଁ ପୋଲିସ ପାଙ୍ଗାକୁ ଚିକିତ୍ସା ପାଇଁ ନୟାଗଡ଼ ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲା । ମାତ୍ର ଡାକ୍ତର ସେଠାରେ ପାଙ୍ଗା ର ମୃତ୍ୟୁ ଘଟିଛି । ପାଙ୍ଗା ର ଘର ଶରଣକୁଳ ଥାନା ଡିମିସର ଗାଁ ରେ ବୋଲି ଜଣା ପଡ଼ିଛି । ସଦର ଥାନା ପୋଲିସ ଶବ ଜବତ କରିବା ତାର ଅପରାଧିକ. ସାମ୍ରାଜ୍ୟ ସମ୍ପର୍କରେ ଅଧିକ ତଦନ୍ତ ଚଳାଇଛି ।





