Thursday, November 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସାଧାରଣ ସଭା ବାତିଲ କରିବାକୁ ଦାବି

by ସଞ୍ଜୟ ସ୍ୱାଇଁ
March 17, 2025
in Nayagarh, State
ସାଧାରଣ ସଭା ବାତିଲ କରିବାକୁ ଦାବି
344
VIEWS
Share on FacebookShare on Twitter

ରାଜନୈତିକ ପଶାପାଲିରେ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଏବେ ରାଜନୈତିକ ପଶାପାଲ୍ଲୀ ପାଲଟିଛି । ବିଜେପି ସରକାରଙ୍କ ପରୋକ୍ଷ ସମର୍ଥନ ଏବଂ ବିଜେପି ନେତାଙ୍କ ଚାପରେ ଚାପଗ୍ରସ୍ତ ହୋଇ ପରିଚାଳନା ପରିଷଦକୁ କୋଣଠେସା କରିବାକୁ ପ୍ରୟାସ କରାଯାଉଛି । ରାଜ୍ୟ ସମବାୟ ନିବନ୍ଧକ ପରିଚାଳନା ପରିଷଦକୁ ନିଲମ୍ବନ ଆଦେଶ ଉପରେ ଉଚ୍ଚ ନ୍ୟାୟାଳୟ ସ୍ଥଗିତାଦେଶ ଲଗାଇବା ପରେ ଏବେ ପିଛିଲା ତାରିଖ ପକାଇ ବ୍ୟାଙ୍କ ସମ୍ପାଦକ ସାଧାରଣ ସଭା ଆହ୍ୱାନ କରାଯାଇଛି । ଆସନ୍ତା ୧୯ ତାରିଖରେ ସୃଜନ ଗୃହରେ ସଭା କରିବାକୁ ଆହ୍ୱାନ କରାଯାଇଥିବା ବେଳେ ୧୨ ତାରିଖରେ ପ୍ୟାକ୍ସ ଗୁଡ଼ିକରେ ଚିଠି ପହଞ୍ଚିଛି । ନିୟମ ଅନୁସାରେ ୧୫ ଦିନ ପୂର୍ବରୁ ଏହି ନୋଟିସ ତଥା ଚିଠି ପହଞ୍ଚିବା କଥା । ମାତ୍ର ଚିଠିରେ ପିଛିଲା ତାରିଖ ପକାଇ ନୋଟିସ କରାଯାଇଛି । ଯାହାକୁ ଆଜି ଶତାଧିକ ପ୍ୟାକ୍ସ ପରିଚାଳନା ପରିଷଦ ଏବଂ ବ୍ୟାଙ୍କ ପରିଚାଳନା ପରିଷଦ ବିରୋଧ କରିଛନ୍ତି । ବ୍ୟାଙ୍କ ସମ୍ପାଦକ କରିଥିବା ହୀନ ଚକ୍ରାନ୍ତ ବିରୁଦ୍ଧରେ ଶତାଧିକ ପ୍ୟାକ୍ସ ସଭାପତିଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳ, ସମବାୟ ସମିତି ସମୂହ ଉପ ନିବନ୍ଧକଙ୍କୁ ପ୍ରଦାନ କରାଯାଇଛି । ନୟାଗଡ଼ ବ୍ୟାଙ୍କ ଅଧିନରେ ୧୪୭ଟି ପ୍ୟାକ୍ସ ରହିଥିବା ବେଳେ ଦୁଇ ତୃତୀୟାଂଶ ପ୍ୟାକ୍ସ ସାଧାରଣ ସଭା ଆୟୋଜନ ନିୟମ ଅନୁସାରେ ହୋଇନଥିବା ଅଭିଯୋଗ କରିଛନ୍ତି । ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଅନୁସାରେ, ବ୍ୟାଙ୍କ ଆର୍ଥିକ କ୍ଷମତା ଜିଲ୍ଲାପାଳଙ୍କ ହାତକୁ ଯାଇ ସାରିଛି । ପରିଚାଳନା ପରିଷଦ ପୂର୍ବଭଳି ଦାୟିତ୍ୱ ସମ୍ପାଦନ କରିବା କଥା । ମାତ୍ର ପରିଚାଳନା ପରିଷଦକୁ କୋଣଠେସା କରିବାକୁ ଯାଇ ବ୍ୟାଙ୍କ ସମ୍ପାଦକ ସାଧାରଣ ସଭା ଆହ୍ୱାନ କରିଛନ୍ତି । ସାଧାରଣ ସଭାକୁ ବାତିଲ କରି ପରିଚାଳନା ପରିଷଦ ସହ ଆଲୋଚନା ପରେ ବୈଠକ ଆୟୋଜନ କରିବାକୁ ଦାବି କରାଯାଇଛି । ଯଦି ସାଧାରଣ ସଭା କରାଯାଏ, ତେବେ ଏହାକୁ ଜୋରଦାର ବିରୋଧ କରାଯିବ ବୋଲି ସୂଚନା ମିଳିଛି । ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ପରିଚାଳନା ପରିଷଦକୁ ବ୍ୟାଙ୍କରୁ ଦୂରେଇ ରଖିବା ପାଇଁ ବିଜେପିର ଜୈନିକ ବିଧାୟକ ଜୋରଦାର ଉଦ୍ୟମ ଚଳାଇଥିବା ଆଲୋଚନା ହେଉଛି । ପୂର୍ବରୁ ସମବାୟ ବିଭାଗ ଉପରେ ତାଙ୍କର ଦଖଲ ଥିବାରୁ ପଛରେ ରହି ରାଜନୈତିକ ଉଦ୍ଦେଶ୍ୟ ସମାଧାନ ଏଭଳି କରାଯାଉଥିବା ଚର୍ଚ୍ଚା ହେଉଛି । ଯାହାକୁ ନେଇ ଆଗାମୀ ଦିନରେ ସମବାୟ ବ୍ୟାପକ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ସମବାୟ ଦ୍ୱାରା ଚାଷୀ ଲାଭବାନ ହେବା ପରିବର୍ତ୍ତେ ଏବେ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ରାଜନୈତିକ ପଶାପାଲିରେ ପେଶି ହେଉଥିବା ବେଳେ ଜିଲ୍ଲାପାଳ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି । ଦାବିପତ୍ର ପ୍ରଦାନ ପରେ ଜିଲ୍ଲାପାଳ ଆସନ୍ତାକାଲି ଆଲୋଚନା କରାଯିବ ବୋଲି ପରୋକ୍ଷରେ ସୂଚନା ଦେଇଥିବା ବ୍ୟାଙ୍କ ପରିଚାଳନା ପରିଷଦଙ୍କ ସୁତ୍ରରୁ ଜଣାପଡ଼ିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!