ଓଡ଼ଗାଁ(ବାଘୁଆବାର୍ତ୍ତା): ରାଜସ୍ଥାନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସାସ୍କୃତିକ କମିଟି ଦ୍ୱାରା ଅନଲାଇନ ମାତୃଭାଷା ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ବିଶ୍ବବିଦ୍ୟାଳୟର ଉପକୁଳପତି ପ୍ରଫେସର ନିରଜ ଗୁପ୍ତା ସଭାପତିତ୍ୱ କରିଥିଲେ ଏବଂ ସାସ୍କୃତିକ କମିଟିର ଅଧ୍ୟକ୍ଷ ଡଃ ଶୁଭାଶିଷ ଭଦ୍ର,ସଦସ୍ୟ ଡଃ ସଂଜୀବ କୁମାର ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଡଃ ଶୁଭାଶିଷ ଭଦ୍ର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ଏବଂ ଉପକୂଳପତି ଡଃ ନିରଜ ଗୁପ୍ତା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।ଏହି ମାତୃଭାଷା କାର୍ଯ୍ୟକ୍ରମରେ ବିଭିନ୍ନ ଭାଷାର କବି କବିୟିତ୍ରୀ ଅଂଶଗ୍ରହଣ କରି ନିଜର କବିତା ପାଠ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଓଡ଼ଗାଁ ବେରୁଆଁବାରି ଅଞ୍ଚଳର କବି ସନାତନ ମହାଙ୍କୁଡ଼ଙ୍କୁ ବିଶ୍ବବିଦ୍ୟାଳୟ ତରଫରୁ ସମ୍ମାନିତ କରାଯାଇଥିଲା ।ଯାହାକି ଓଡ଼ଗାଁ ଅଞ୍ଚଳର କବିକୁଳ ପାଇଁ ଅତ୍ୟନ୍ତ ଗୌରବ ଏବଂ ସମ୍ମାନର ପରିଚୟ ଅଟେ ।ଶେଷରେ ଧନପତି ଶୌଗ୍ରକପମ ଧନ୍ୟବାଦ ଅର୍ପଣ କରିଥିଲେ ।






