Friday, September 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶଗଡ଼ ଗାଡ଼ିକୁ ଧକ୍କା ଦେଲା ଅଜଣା ଗାଡ଼ି, ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

by ସଞ୍ଜୟ ସ୍ୱାଇଁ
March 17, 2025
in Accident, State
ଶଗଡ଼ ଗାଡ଼ିକୁ ଧକ୍କା ଦେଲା ଅଜଣା ଗାଡ଼ି,  ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର
46
VIEWS
Share on FacebookShare on Twitter

ରିଆମାଳ, (ବାଘୁଆବାର୍ତ୍ତା): ଦେବଗଡ-ଅନୁଗୁଳ ଜାତୀୟ ରାଜପଥ ଛତାବର ନିକଟସ୍ଥ ମାଦଳିଆ ନାଳଠାରେ ସେମବାର ଭୋରୁ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଶଗଡ଼ ଗାଡ଼ି ଯୋଗେ ବୃଦ୍ଧ ଦମ୍ପତି ମହୁଲ ଗୋଟାଇବାକୁ ଯାଉଥିବା ବେଳେ ଧକ୍କା ଦେଇଥିଲା ଅଜଣା ଗାଡ଼ି । ଦୁର୍ଘଟଣାରେ ନାଉଲିପଡ଼ା ଜାମ୍ବୁବଣିଆ ସାହିର ମାୟା ସାହୁ (୬୮) ଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ଵାମୀ ପ୍ରସନ୍ନ ସାହୁ ଗୁରୁତର ହୋଇଛନ୍ତି । ଏହି ଦୁର୍ଘଟଣାରେ ଏକ ବଳଦ ମଧ୍ୟ ପ୍ରାଣ ହରାଇଛି । ଦେବଗଡ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ଦେବଗଡ-ଅନୁଗୁଳ ଜାତୀୟ ରାଜପଥରେ ଏଭଳି ଘଟଣା ଘଟିଛି । ସୂଚନା ମୁତାବକ, ଏକ ଶଗଡ଼ ଗାଡ଼ି ଯୋଗେ ମାୟା ସାହୁ ଏବଂ ତାଙ୍କ ସ୍ୱାମୀ ପ୍ରସନ୍ନ ସାହୁ ମହୁଲ ଗୋଟାଇବାକୁ ଯାଉଥିଲେ । ଦେବଗଡ – ଅନୁଗୁଳ ଜାତୀୟ ରାଜପଥ ଛତାବର ନିକଟସ୍ଥ ମାଦଳିଆ ନାଳଠାରେ ଉକ୍ତ ଶଗଡ଼ ଗାଡ଼ିକୁ ଏକ ଅଜଣା ଗାଡ଼ି ଧକ୍କା ଦେଇ ଫେରାର ହୋଇଥିଲା । ଏହି ଦୁର୍ଘଟଣାରେ ଶଗଡ଼ ଗାଡ଼ିଟି ଭାଙ୍ଗି ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଥିବା ବେଳେ ଏକ ବଳଦର ମୃତ୍ୟୁ ହୋଇଥିଲା । ଶଗଡ଼ ଗାଡ଼ିରେ ଯାଉଥିବା ମାୟା ସାହୁ ଏବଂ ତାଙ୍କ ସ୍ୱାମୀ ଗୁରୁତର ହୋଇଥିଲେ । ଉଭୟଙ୍କୁ ଛତାବର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଛି। ସେଠାରେ ମାୟାଙ୍କୁ ମୃତ ଘୋଷଣା କରାଯାଇ ଥିବା ବେଳେ ସ୍ଵାମୀଙ୍କ ଚିକିତ୍ସା ଜାରି ରହିଛି । ଘଟଣା ସମ୍ପର୍କରେ ଖବର ପାଇ ରିଆମାଳ ଥାନା ଅଧିକାରୀ ସତ୍ୟବ୍ରତ ରାଉତ ତାଙ୍କ ଟିମ୍‌ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏଥି ସହିତ ଧକ୍କା ଦେଇଥିବା ଗାଡ଼ି ଧରିବା ପାଇଁ ପୁଲିସ ଛାନଭିନ କରୁଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!