Thursday, September 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବୋମା ମାଡ଼ ଘଟଣା, ବନ୍ଧାହେଲେ ଦୁଇ ଭାଇ

by ସଞ୍ଜୟ ସ୍ୱାଇଁ
March 16, 2025
in Crime, State
ବୋମା ମାଡ଼ ଘଟଣା, ବନ୍ଧାହେଲେ ଦୁଇ ଭାଇ
63
VIEWS
Share on FacebookShare on Twitter

ଗୋପାଳପୁର, (ବାଘୁଆବାର୍ତ୍ତା): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ କରିବା ଘଟଣାରେ ଗୋପାଳପୁର ଥାନା ପୋଲିସ ଦୁଇ ଭାଇଙ୍କୁ ପୋଲିସ ଗିରଫ କରି ସୋମବାର କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବଡ଼ ଗୁମୁଳା ଗ୍ରାମର ଶ୍ରୀକାନ୍ତ ପାତ୍ର, ଭାଇ ସିଦ୍ଧାନ୍ତ ପାତ୍ର ବୋଲି ପୋଲିସ କହିଛି। ସୂଚନାନୁସାରେ, ଏହି ଥାନା ଅଧିନସ୍ଥ ବଡ଼ ଗୁମୁଳା ଗ୍ରାମର ପ୍ରଦୀପ କୁମାର ବେହେରା ସହିତ ଉକ୍ତ ଗ୍ରାମର ଶ୍ରୀକାନ୍ତ ପାତ୍ର ପୂର୍ବ ଶତ୍ରୁତା ଲାଗି ରହିଥିଲା। ପ୍ରଦୀପଙ୍କ ବାପା କେଦାର ବେହେରା ଅଲଗାରେ ରହୁଥିଲେ। ଶନିବାର କେଦାର ଶ୍ରୀକାନ୍ତ ଫୋନକୁ ପ୍ରଦୀପ ଫୋନ କରିଥିଲେ। ଏହାକୁ ନେଇ ପ୍ରଦୀପ ନାପସନ୍ଦ କରି ଉଭୟ ମଧ୍ୟରେ ପ୍ରବଳ ପାଟି ତୁଣ୍ଡ ହୋଇ ଝଗଡା ହୋଇଥିଲା। ରାତି ପ୍ରାୟ ୧୦ଟାରେ ଶ୍ରୀକାନ୍ତ ତାଙ୍କ ସିଦ୍ଧାନ୍ତ ଓ ଅନ୍ୟ ଜଣ ମିଶି ଏକ ବାଇକ୍‌ରେ ଆସି ପ୍ରଦୀପଙ୍କ ଘର ଉପରେ ବୋମାମାଡ଼ କରି ତିନି ଜଣ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଏ ନେଇ ପ୍ରଦୀପ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।ଥାନା କେସ୍ ନଂ ୮୪/୨୫ରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଘଟଣାସ୍ଥଳରେ ପହଞ୍ଚିଥିଲା। ଫୁଟା ବୋମାର ଅଂଶକୁ ପୋଲିସ ଜବତ କରିଛି। ଏହି ଘଟଣାରେ ଦୁଇ ଭାଇଙ୍କୁ ପୋଲିସ ଉଠାଇ ନେଇ ଥାନାରେ ଅଟକ ରଖି ପଚାରଉଚରା ଜାରି ରଖିଛି। ସୋମବାର ଶ୍ରୀକାନ୍ତ ଓ ସିଦ୍ଧାନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି। ସୂଚନାଥାଉ କି, ଗତ କିଛି ଦିନ ହେଲା ଗୋପାଳପୁର ଥାନା ଅଞ୍ଚଳ ଚୋରି, ଲୁଟ୍, ଅପରାଧୀ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟ ପଟେ ପୋଲିସ ସଠିକ୍ ଭାବେ ପେଟ୍ରୋଲିଂ ଓ ବ୍ଲକିଂ କରୁ ନ ଥିବା ସାଧାରଣରେ ଅଭିଯୋଗ ହେଉଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!