ପୁରୀ,(ବାଘୁଆବାର୍ତ୍ତା): ଲହଡ଼ି ଦେଲା ଭିନ୍ନ ଏକ ଫାଇଦା । ସମୁଦ୍ରର ଲହଡ଼ି ଯୁବକଙ୍କ ପାଇଁ ଫାଇଦା ଆଣି ଦେଇଥିଲା । ଯେଉଁଥି ପାଇଁ ଯୁବକ ଜଣକ ହଟହଟା ହୋଇଥିବା ଜଣାପଡିଛି । ଏଭଳି ଘଟଣା ଘଟିଛି ପୁରୀ ସମୁଦ୍ର ବେଳାଭୂମିରେ । ସୂଚନାନୁସାରେ, ପୁରୀ ହୋଟେଲ ସମ୍ମୁଖରେ ପୁରୀ ବେଳାଭୂମି ସମୁଦ୍ରରେ ସ୍ନାନ କରିବା ପାଇଁ ଭିଡ଼ ଲାଗିରହିଥିଲା । ଏହି ଭିଡ଼ ଭିତରେ ଜଣେ ଯୁବକ ଜଣେ ଯୁବତୀଙ୍କ ଉପରେ ନଜର ପକାଇଥିଲେ । ତେବେ ସମୁଦ୍ରର ବଡ଼ ଲହଡି ଭାଙ୍ଗୁଥିବା ବେଳେ ଯୁବତୀ ସ୍ନାନ କରୁଥିଲେ । ଏହାର ସୁଯୋଗ ନେଇ ଉକ୍ତ ଯୁବକ ଜଣକ ସମୁଦ୍ର ଲହଡ଼ି ଭିତରେ ଉକ୍ତ ଯୁବତୀଙ୍କୁ ଯାବୁଡି ଧରିଥିଲେ । ଯାହା ଫଳରେ ଯୁବତୀ ଜଣକ ଚିକ୍ରାର କରିବାରୁ ଯୁବକ ଜଣକ ଯୁବତୀଙ୍କୁ ଛାଡ଼ି ଧାଇଁଥିଲା । ତେବେ ଯୁବତୀଙ୍କ ପରିବାର ଲୋକ ଉକ୍ତ ଯୁବକକୁ କାବୁ କରି ପୁଲିସର ଜିମା ଦେଇଥିଲେ । ସାର ମୁଁ ଖାଲି ଜାବୁଡ଼ି ଧରିଥିଲି ଆଉ କିଛି କରିନି ବୋଲି ପୁଲିସ ଆଗରେ ହାତ ଯୋଡ଼ି ନେହୁରା ହୋଇଥିବା ସୂଚନା ମିଳିଛି ।





