ଭୁବନେଶ୍ଵର, (ବାଘୁଆବାର୍ତ୍ତା): ହୋଲିରେ ରାଜଧାନୀରେ ଗଡ଼ିଲା ୨ ମୁଣ୍ଡ । ଭୁବନେଶ୍ଵର ସହିତନଗର ସ୍ଥିତ ଶାନ୍ତିପଲ୍ଲୀ ବସ୍ତିରେ ହତ୍ୟାକାଣ୍ଡ ହୋଇଛି । ହୋଲି ଖେଳ ବେଳେ ବଚସା ପରେ ହୋଇଛି ହତ୍ୟାକାଣ୍ଡ । ହୋଲି ଖେଳ ବେଳେ ୪ଜଣ ଯୁବକ ଛୁରି ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି । ସେପଟେ ମଞ୍ଚେଶ୍ଵରରେ ହୋଇଛି ଆଉ ଏକ ହତ୍ୟା କାଣ୍ଡ । ହୋଲି ଖେଳ ବେଳେ ସମେଇଗାଡ଼ିଆରେ ଜଣେ ଯୁବକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି ।





