Friday, September 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଝିଅ ଘର ସାମ୍ନାରେ ଚାଲିଗଲା ବାପା ମା’, ଭାଇର ଜୀବନ

by ସଞ୍ଜୟ ସ୍ୱାଇଁ
March 15, 2025
in Accident, State
ଝିଅ ଘର ସାମ୍ନାରେ ଚାଲିଗଲା ବାପା ମା’, ଭାଇର ଜୀବନ
69
VIEWS
Share on FacebookShare on Twitter

ବଡବିଲ, (ବାଘୁଆବାର୍ତ୍ତା): ସକାଳେ ଶାଶୂ, ଶ୍ୱଶୁର, ଶାଳକ । ଝିଅ ଘରେ ପହଞ୍ଚିଲେ ସମସ୍ତେ ହୋଲି ଖେଳିବେ । ଏଥିପାଇଁ ସମସ୍ତେ ଖୁସିରେ ଥିଲେ । ହେଲେ ସେମାନଙ୍କ ଖୁସି ବେଶୀ ସମୟ ରହିନଥିଲା। ଯେପରି ସେହି ଖୁସିରେ କାହାର ନଜର ଲାଗି ଯାଇଥିଲା। ଜ୍ୱାଇଁ ଘରକୁ ଯିବାବେଳେ ଧକ୍କାଦେଲା ଟ୍ରକ୍, ଚାଲିଗଲା ଶାଶୁ, ଶ୍ୱଶୁର ଓ ଶାଳକଙ୍କ ଜୀବନ । ଚମ୍ପୁଆ ଥାନା ଏନଏଚ୍ ୨୦ ଦଳିତା ଛକ ନିକଟରେ ଏହି ଦୁଃଖଦ ଘଟଣା ଘଟିଛି । ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପାଇବା ସହ ଲୋକେ ଦଳିତା ଛକରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । ସୂଚନା ଅନୁସାରେ ଚମ୍ପୁଆ ଥାନା, ସାନନଈ ଗାଁର ଐବନ ପ୍ରଧାନ ସ୍ତ୍ରୀ ମଥାମଣି ପ୍ରଧାନ ଓ ପୁଅ ମଙ୍ଗଲ ପ୍ରଧାନ ଏକ ବାଇକ୍ ଯୋଗେ ଦୋଳିତା ଛକ ନିକଟରେ ଥିବା ନିଜ ଜ୍ୱାଇଁ ସୁବ୍ରତ କୁମାର ଯାଦବଙ୍କ ଘରକୁ ଯାଉଥିଲେ । ସେମାନେ ମିଶି କୌଣସି ଏକ ସ୍ଥାନକୁ ଯିବାର ଥିଲା । ମାତ୍ର ଏହା ପୂର୍ବରୁ ଜ୍ୱାଇଁଙ୍କ ଘର ସାମ୍ନାରେ ହିଁ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା । ରିମୁଳି ପଟୁ ଆସୁଥିବା ଏକ ଟ୍ରକ୍ ସେମାନଙ୍କୁ ଜୋରଦାର ଧକ୍କା ଦେଇଥିଲା । ସେହିଠାରେ ହିଁ ଶ୍ୱଶୁର ଐବନ ପ୍ରଧାନ ମୃତ୍ୟୁ ବରଣ କରିଥିବାବେଳେ ସଙ୍କଟା ପନ୍ନ ଅବସ୍ଥାରେ ଉଭୟ ଶାଶୁ ମଥାମଣି ପ୍ରଧାନ ଓ ଶାଳକ ମଙ୍ଗଲ ପ୍ରଧାନଙ୍କୁ ଚମ୍ପୁଆ ମେଡିକାଲକୁ ନିଆଯାଇଥିଲା, ମାତ୍ର ସେଠାରେ ମଥାମଣି ପ୍ରଧାନଙ୍କ ମୃତ୍ୟୁ ଘଟିଥିଲା । ସେପଟେ ମଙ୍ଗଲଙ୍କୁ କେନ୍ଦୁଝର ସ୍ଥାନାନ୍ତର କରାଯାଇଥିବା ବେଳେ, ବାଟରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ଏକା ସାଙ୍ଗରେ ୩ ଜଣଙ୍କ ମୃତ୍ୟୁ ପରେ ଏହି ପରିବାର ପୁରାପୁରି ନିଶ୍ଚିହ୍ନ ହୋଇଯାଇଛି । ଅନ୍ୟ ପଟେ ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହେଇଯାଇଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଏବଂ ହମ୍ପସ୍ ନିର୍ମାଣ ପାଇଁ ଦାବି କରାଯାଇଛି । ଚମ୍ପୁଆ ତହସିଲଦାର ଓ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରୁଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!