ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଓଡ଼ିଶାର ସାହିତ୍ୟ, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ନେଇ ଏକ ଗୀତ ବାହାରିବାକୁ ଯାଉଛି । ଆସନ୍ତା ଏପ୍ରିଲ୍ ୧ ତାରିଖ ଉକ୍ରଳ ଦିବସରେ ଏହି ଗୀତ ରିଲିଜ ହେବ । ବସନ୍ତରାଜ ସାମଲଙ୍କ ଦ୍ୱାରା ଲିଖିତ ଏହି ଗୀତଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ । ଏଥି ସହିତ ୧୪ଜଣ ଶ୍ରେଷ୍ଠ କଣ୍ଠଶିଳ୍ପୀ ଏହି ଗୀତରେ ଭାଗ ନେବେ । ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓଡ଼ିଆ ଷ୍ଟୁଡ଼ିଓରେ ପହଞ୍ôଚ ଏହି ଗୀତର ଶୁଭାରମ୍ଭ କରିଥିବା ସୂଚନା ମିଳିଛି ।





