Saturday, June 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜାଭେଲିନ ଥ୍ରୋରେ ସୁଚିତ୍ରା ଜିତିଲେ ସ୍ୱର୍ଣ୍ଣ ପଦକ

by ସଞ୍ଜୟ ସ୍ୱାଇଁ
March 14, 2025
in Sports, State
ଜାଭେଲିନ ଥ୍ରୋରେ ସୁଚିତ୍ରା ଜିତିଲେ ସ୍ୱର୍ଣ୍ଣ ପଦକ
51
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ପାରା ଜାଭେଲିନ ଫିଙ୍ଗାଳି ସୁଚିତ୍ରା ପରିଡ଼ା ଦିଲ୍ଲୀରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଗ୍ରାଁପ୍ରିରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଗତକାଲି ମହିଳା ୧୦୦ ମିଟରରେ ଜୟନ୍ତୀ ବେହେରା ବ୍ରୋଞ୍ଜ ପଦକ ପାଇଥିଲେ । ଦୁଇ ଦିନରେ ଓଡ଼ିଶାକୁ ୨ଟି ପଦକ ମିଳିଛି। ସୁଚିତ୍ରା ମହିଳା ଏଫ୍‌-୫୫ ବର୍ଗର ଜାଭେଲିନ ଥ୍ରୋରେ ଭାଗ ନେଇଥିଲେ । ସେ ୧୫.୯୩ ମିଟର ଥ୍ରୋ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେହିପରି କାଜାଖସ୍ତାନର ଭିକ୍ଟୋରିଆ ଭୋରୋବେ (୧୪.୬୪ ମିଟର) ରୌପ୍ୟ ଏବଂ ପୂଜା (୧୩.୮୧ ମିଟର) ବ୍ରୋଞ୍ଜ ପଦକ ପାଇଥିଲେ । ସ୍ୱର୍ଣ୍ଣ ପଦକକୁ ସୁଚିତ୍ରା ନିଜର କୋଚ, ସାଥୀ ଖେଳାଳି ଏବଂ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ଓଡ଼ିଶା ପାରା କ୍ରୀଡ଼ା ସଂଘ ପକ୍ଷରୁ ତାଙ୍କୁ ଅଭିନନ୍ଦନ ଜଣାଯାଇଛି । ଚଳିତ ବର୍ଷ ସେ ଚେନ୍ନାଇରେ ଆୟୋଜିତ ୨୩ତମ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିଅନସିପ୍‌ରେ ନୂଆ ଜାତୀୟ ରେକର୍ଡ (୧୮.୭୯) ସହ ସ୍ୱର୍ଣ୍ଣ ଜିତିଥିଲେ । ସେ ୨୦୨୪ରେ ଜାତୀୟ ରେକର୍ଡ (୧୬.୯୯) କରିଥିଲେ । ନିଜ ରେକର୍ଡ ସୁଚିତ୍ରା ନିଜେ ଏଥର ଭଙ୍ଗ କରିବାରେ ସଫଳ ହୋଇଥିଲେ । ଗତବର୍ଷ ଜୟନ୍ତୀ ଇଣ୍ଡିଆନ ଓପନ ପାରା ଆଥଲେଟିକ୍ସ ଇଣ୍ଟରନ୍ୟାସନାଲ ଚାମ୍ପିଅନସିପ୍‌ରେ ଜାଭେଲିନ ଥ୍ରୋରେ ସ୍ୱର୍ଣ୍ଣ ଏବଂ ସଟପୁଟ ଥ୍ରୋରେ ବ୍ରୋଞ୍ଜ ଜିତିଥିଲେ । ୨୦୨୩ରେ ଥାଇଲାଣ୍ଡରେ ଆୟୋଜିତ ୱାର୍ଲ୍ଡ ଏବିଲିଟିସ୍ପୋର୍ଟ୍ସ ଗେମ୍‌ସରେ ଜାଭେଲିନରେ ସ୍ୱର୍ଣ୍ଣ ଓ ସଟପୁଟରେ ବ୍ରୋଞ୍ଜ ପଦକ ପାଇଥିଲେ । ଜୟନ୍ତୀ ମହିଳା ଟି-୪୭ ବର୍ଗର ୧୦୦ ମିଟରରେ ନିର୍ଦ୍ଧାରିତ ଦୂରତାକୁ ୧୩.୬୨ ସେକେଣ୍ଡ ନେଇ ତୃତୀୟ ସ୍ଥାନ ହାସଲ କରିଥିଲେ । ଏ.ସୋଲୋଭେଭା ୧୨.୫୫ ସେକେଣ୍ଡ ସହ ସ୍ୱର୍ଣ୍ଣ ଏବଂ ଜାନନୀ ୱିକରାମସିଂହା ୧୩.୨୫ ସେକେଣ୍ଡ ସହ ରୌପ୍ୟ ଜିତିଥିଲେ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!