କେନ୍ଦୁଝର,(ବାଘୁଆବାର୍ତ୍ତା): ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଅଘଟଣ । ରୋଗୀ ଚିକିତ୍ସା ସମୟରେ ଫାଟିଲା ମୋବାଇଲ । ଅଳ୍ପକେ ବର୍ତ୍ତିଲେ ଶହ ଶହ ରୋଗୀ । ସୂଚନାନୁସାରେ, କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ମାତୃ ଓ ଶିଶୁ ୱାର୍ଡ଼ରେ ଫାଟିଛି ମୋବାଇଲ । ଜଣେ ମହିଳା ମାତୃ ଓ ଶିଶୁ ୱାର୍ଡ଼ରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ବେଡ ପାଖରେ ଥିବା ଝିଅଙ୍କ ବ୍ୟାଗରେ ଥିବା ମୋବାଇଲ ଫୋନ ଫାଟ ିଯାଇଥିଲା । ତେବେ ଧୂଅାଁ ବାହାରୁ ବାହାରୁ ରୋଗୀଙ୍କ ଝିଅର ଉପସ୍ଥିତ ବୁଦ୍ଧି ଯୋଗୁଁ ଘଟିବାକୁ ବଡ଼ ଅଘଟଣକୁ ରୋକି ପାରିଥିଲେ । ଝିଅର ଉପସ୍ଥିତ ବୁଦ୍ଧିପାଇଁ ୱାର୍ଡଥିବା ଅନ୍ୟ ସମସ୍ତ ରୋଗୀ ଅଘଟଣରୁ ବର୍ତ୍ତି ଯାଇଥିବା ସୂଚନା ମିଳିଛି ।






