Friday, September 11, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାଇକ ଲୁଟେରାଙ୍କୁ ବାନ୍ଧିଲା ପୁଲିସ

by ସଞ୍ଜୟ ସ୍ୱାଇଁ
March 13, 2025
in Crime, State
ବାଇକ ଲୁଟେରାଙ୍କୁ ବାନ୍ଧିଲା ପୁଲିସ
112
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): ସ୍ପେଶାଲ ସ୍କ୍ବାଡ ସହାୟତରେ ବାଇକ ଲୁଟେରା ଗ୍ୟାଙ୍ଗକୁ ଠାବ କଲା ଲିଙ୍ଗରାଜ ଥାନା ପୋଲିସ। ୪ ପେଶାଦାର ବାଇକ ଲୁଟେରାଙ୍କୁ ଗିରଫ ସହ ୧୨ଗାଡି ଜବତ କରିଛି ପୋଲିସ । ଗିରଫ ୪ ଜଣଙ୍କ ମଧ୍ୟରେ ରହିଛନ୍ତି ଦୁଇ ପ୍ରଫେସ୍ନାଲ ଚୋର। ଚୋରା ଗାଡି କିଣୁଥିବା ଦୁଇ ଜଣଙ୍କୁ ବି ଗିରଫ କରିଛି କମିଶନରେଟ୍ ପୋଲିସ। ପାର୍କିଂ ଏରିଆରେ ଗାଡି ରଖୁଛନ୍ତି କି ? ବଜାର ବୁଲିବାବେଳେ ରାସ୍ତାକଡରେ ଗାଡି ରଖି ଜିନିଷ ପତ୍ର କିଣୁଛନ୍ତି କି । ଯଦି ଆପଣ ଏଭଳି କାମରେ ଅଭ୍ୟସ୍ତ ତେବେ ହୋଇଯାନ୍ତୁ ସଜାଗ । କାରଣ ମାତ୍ର କେଇ ମିନିଟରେ ହୋଇପାରେ ଆପଣଙ୍କ ଗାଡି ଚୋରି। କେବଳ ଏତିକି ନୁହଁ ଆପଣଙ୍କ ଘର ବାହାରୁ ବି ହୋଇପାରେ ଗାଡି ଚୋରି । ପାର୍କିଂ ଏରିଆ, ବଜାର ଓ ଘର ବାହାରେ ରହିଥିବା ଗାଡିକୁ ଚୋରୀ କରୁଥିବା ଏକ ରାକେଟର ପର୍ଦ୍ଦାପାସ କରିଛି କମିଶନରେଟ ପୋଲିସ । ଭୁବନେଶ୍ୱରରୁ ଗାଡି ଚୋରୀ କରି ପୁରୀ ଜିଲ୍ଲାର ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳରେ ଗାଡି ବିକ୍ରି କରାଯାଉଥିଲା। ଦିପୁନା ମଲ୍ଲିକ ଓ ବିଜୟ ଖଟେଇ ଗାଡି ଚୋରୀ କରି ପୁରୀରେ ବିକ୍ରି କରୁଥିଲେ । ଏହି ଦୁଇ ପେଶାଦାର ଚୋରଙ୍କ ନାଁରେ ଅନେକ ମାମଲା ରହିଥିବା ଭୁବନଶ୍ୱର ଡିସିପି ସୂଚନା ଦେଇଛନ୍ତି । କାକଟପୁରର ତସଲିମ ଖାନ୍ ଓ ଅସ୍ତରଙ୍ଗର ଦୀପକ କୁମାର ଦାସ ଚୋରା ଗାଡି କିଣିଥିବାରୁ ତାଙ୍କୁ ଗିରଫ କରିଛି ପୋଲିସ । ଏହି ଘଟଣାରେ ୧୨ଟି ଗାଡି ସହ ଚାବି ଗୁନ୍ଥା ଜବତ ହୋଇଛି । ଗାଡିର ମାଲିକଙ୍କୁ ଖୁବ ଶୀଘ୍ର ଗାଡି ଫେରାଇଦିଆଯିବ ବୋଲି ଡିସିପି ସୂଚନା ଦେଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!