Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆଜି ବି ନୟାଗଡ଼ ବାସୀଙ୍କ ମଧ୍ୟରେ ଅଛନ୍ତି ‘ଗଛ ମଣିଷ’

by ସଞ୍ଜୟ ସ୍ୱାଇଁ
February 27, 2021
in Feature News
ଆଜି ବି ନୟାଗଡ଼ ବାସୀଙ୍କ ମଧ୍ୟରେ ଅଛନ୍ତି ‘ଗଛ ମଣିଷ’
289
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ସାହିତ୍ୟ ଓ ସଂସ୍କୃତି ପ୍ରେମୀ ତଥା ଗଛ ମଣିଷ ଭାବେ ପରିଚିତ ସ୍ୱର୍ଗତ ଦୁଃଖିଶ୍ୟାମ ଦାସଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ସ୍ମୃତି ସମାରୋହ ସ୍ଥାନୀୟ ନୀଳମାଧବ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ନିର୍ମଳଚନ୍ଦ୍ର ଶୂରଦେଓଙ୍କ ପୌରହିତ୍ୟରେ ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ କୁମାର ପଟ୍ଟନାୟକ, ଡ. ବିଜୟ କୁମାର ଚୌଧୁରୀ, କୃଷ୍ଣଚନ୍ଦ୍ର ଶତପଥୀ ଓ ସମାଜସେବୀ ପ୍ରମୋଦ କୁମାର ପଟ୍ଟନାୟକ ଯୋଗଦେଇ ସ୍ୱର୍ଗତ ଦାସଙ୍କର ବିଭିନ୍ନ ଗୁଣାବଳୀ ବିଷୟରେ ଆଲୋକପାତ କରିଥିଲେ । ସ୍ୱର୍ଗତ ଦୁଖିଶ୍ୟାମ ଦାସ ଗଛକୁ ଭଲ ପାଉଥିଲେ ଏବଂ ବୃକ୍ଷରୋପଣ ପାଇଁ ଶତତ ଆଗ୍ରହ ଥିଲେ ଏବଂ ଗଛ ମଣିଷ ଭାବେ ପରିଚିତ ଥିଲେ ବୋଲି ଆଲୋଚନା କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଶେଖ୍ ଅବଦୁଲ୍ ଖାଲିକ୍, ଇଟାମାଟି ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ ଚନ୍ଦ୍ର ନାୟକ, ପ୍ରଫେସର ହରପ୍ରସାଦ ମହାପାତ୍ର, ଗୋଲକବିହାରୀ ନାୟକ, ଅନାଦିଚରଣ ସାହୁ, ବରିଷ୍ଠ ନାଗରିକ ନିରଞ୍ଜନ ମିଶ୍ର ପ୍ରମୁଖ ସ୍ୱର୍ଗତ ଦାସଙ୍କର ବିଭିନ୍ନ କାର୍ଯ୍ୟାବଳୀ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ରାଗେଶ୍ରୀ ନିଳୟମ ତରଫରୁ ଏକ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ଅପରାହ୍ନରେ ସ୍ଥାନୀୟ ପିଡବ୍ଲୁଡି ଅଫିସ୍ ସମ୍ମୁଖରେ ଦୁଖୀଶ୍ୟାମ ଦାସଙ୍କ ସ୍ମୃତିରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ମା’ ଫାଉଣ୍ଡେସନର ସମ୍ପାଦକ ରଞ୍ଜନରଶ୍ମି ଜେନା ପରିଚାଳନା କରିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!