ଭୁବନେଶ୍ୱର,(ବାଘୁଆବାର୍ତ୍ତା): ମାର୍ଚ୍ଚମାସ ପାଇଁ ଗାଇଡଲାଇନ ଜାରିକଲେ ରାଜ୍ୟ ସରକାର । ଜିଲ୍ଲାପାଳ ଓ ସ୍ଥାନୀୟ ଅଧିକାରୀଙ୍କ ସତର୍କତାରେ କଣ୍ଟେନମେ ଘୋଷଣା କରିପାରିବେ । ଜନସଚେତନତା ପାଇଁ ବ୍ୟାପକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ମାର୍ଚ୍ଚ ମାସପାଇଁ କରୋନା କଟକଣା କୋହଳ କରିଥିବା ଜଣାପଡିଛି । ତେବେ ଯାତ୍ରା କଳାକାରମାନେ ଦୀର୍ଘଦିନ ହେଲା ତାଙ୍କ ଯାତ୍ରାମଞ୍ଚ ଫେରାଇ ଦେବାକୁ ନେଇ ପିଏମଜିରେ ଧାରଣା ଦେଇଥିଲେ । ଯାହାଫଳରେ ଆଜି ରାଜ୍ୟ ସରକାର ଯାତ୍ରା କଳାକାରମାନଙ୍କୁ ତାଙ୍କ ଯାତ୍ରାମଞ୍ଚ ଫେରାଇ ଦେଇଛନ୍ତି ସତ କିନ୍ତୁ କରୋନା କଟକଣା ମାନି ଯାତ୍ରା ପରିବେଷଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୨ହଜାର ଦର୍ଶକଙ୍କ ନେଇ ଯାତ୍ରା, ଅପେରା ପରିବେଷଣ କରାଯାଇ ପାରିବ । ସେଥିପାଇଁ ଜିଲ୍ଲାପାଳ ଓ କମିଶନରଙ୍କ ଅନୁମତି ନେଇ ଯାତ୍ରା ପରିବେଷଣ କରାଯିବ । ସାମାଜିକ ଦୂରତା, ମାସ୍କ ପରିଧାନ ଓ ଥର୍ମାଲ ସ୍କାନିଂ ବାଧ୍ୟତା ମୂଳକ କରାଯାଇଛି । ଅନଲାଇନ ମାଧ୍ୟମରେ ଟିକେଟ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର ଆୟୋଜକ କମିଟିକୁ ପରାମର୍ଶ ଦେଇଛନ୍ତି । ଆଜି ରାଜ୍ୟ ସରକାର କଳାକାରମାନଙ୍କୁ ତାଙ୍କ ମଞ୍ଚ ଫେରାଇ ଦେଇଥିବାରୁ କଳାକାରମାନଙ୍କ ମନରେ ଉତ୍ସାହ ଦେଖାଦେଇଛି । ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି କଳାକାର ସଂଘ ।





