Friday, September 11, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଡ଼ିଶାରୁ ପଶ୍ଚିମବଙ୍ଗକୁ ମଇଁଷି ପଲ ହେଉଥିଲା ଚୋରା ଚାଲାଣ, ୬ ଜଣ ଅଟକ

by ସଞ୍ଜୟ ସ୍ୱାଇଁ
March 11, 2025
in Crime, State
ଓଡ଼ିଶାରୁ ପଶ୍ଚିମବଙ୍ଗକୁ ମଇଁଷି ପଲ ହେଉଥିଲା ଚୋରା ଚାଲାଣ, ୬ ଜଣ ଅଟକ
77
VIEWS
Share on FacebookShare on Twitter

ମୟୂରଭଞ୍ଜ, (ବାଘୁଆବାର୍ତ୍ତା): ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ବେଳେ ମଇଁଷି ପଲ ଜବତ କଲା ପୋଲିସ । ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅଧିନ ଖୁରୁଣ୍ଟିଆ ନିକଟରୁ ୧୮୫ ମଇଁଷି ଉଦ୍ଧାର । ଓଡ଼ିଶାରୁ ପଶ୍ଚିମବଙ୍ଗକୁ ମଇଁଷି ପଲ ଚୋରାଚାଲାଣ କରୁଥିଲେ ଗୋରୁ ମାଫିଆ । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୋଲିସ ଚଢ଼ାଉ କରି ଖୁରୁଣ୍ଟିଆ ନିକଟରେ ଚୋରାଚାଲାଣକାରୀଙ୍କୁ ଅଟକାଇଥିଲା । ମୋଟ ୧୮୫ ମଇଁଷିଙ୍କୁ ମାଫିଆଙ୍କ କବଳରୁ ଉଦ୍ଧାର କରିବା ପରେ ମୋରଡା ଥାନାକୁ ଆଣିଲା ପୋଲିସ । ମଇଁଷି ଚୋରା ଚାଲାଣ କରିଥିବା ୬ ଜଣ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ମୋରଡା ଥାନା ଅର୍ନ୍ତଗତ ଖୁରୁଣ୍ଟିଆ ହୋଇ ମଈଁଷି ଚାଲାଣ ହେଉଥିବା ଦେଖି ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ମୋରଡା ଥାନା ଅଧିକାରୀଙ୍କୁ ଖବର ଦେଇଥିଲେ । ଖବର ପାଇ ମୋରଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୧୮୫ ଟି ମଇଁଷି କୁ ଜବତ କରିଛି । ଏହି ଘଟଣାରେ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ସମସ୍ତ ମଇଁଷି ଭଦ୍ରକ ଚାନ୍ଦବାଲି ଅଞ୍ଚଳରୁ ପଶ୍ଚିମବଙ୍ଗକୁ ଚୋରାଚାଲାଣ ହେଉଥିଲା ବୋଲି ସୂଚନା ମିଳିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!