Friday, September 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦ୍ୱାରଶୁଣି ଘାଟିରେ ସିରିଜ ଦୁର୍ଘଟଣା, ଜଣେ ମୃତ

by ସଞ୍ଜୟ ସ୍ୱାଇଁ
March 11, 2025
in Accident, State
ଦ୍ୱାରଶୁଣି ଘାଟିରେ ସିରିଜ ଦୁର୍ଘଟଣା, ଜଣେ ମୃତ
61
VIEWS
Share on FacebookShare on Twitter

ବାଙ୍ଗିରିପୋଷି, (ବାଘୁଆବାର୍ତ୍ତା): ଦୀର୍ଘଦିନ ବ୍ୟବଧାନରେ ପୁଣି ରକ୍ତରଞ୍ଜିତ ହେଲା ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଦେଇ ଯାଇଥିବା ଜାତୀୟ ରାଜପଥ ୪୯ ର ଦ୍ୱାରଶୁଣି ଘାଟି ରାସ୍ତା । ଏକ ସିରିଜ ଦୁର୍ଘଟଣାରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ତିନ ଜଣ ଗୁରୁତର ଆହାତ ହୋଇଛନ୍ତି। ସୂଚନା ମୁତାବକ, ଏକ କୋଇଲା ବୋଝେଇ ଟ୍ରକ (ଓଡ଼ି୦୧ଏଲ ୬୪୪୪) ଝାରସୁଗୁଡ଼ାରୁ କୋଇଲା ପରିବହନ କରି କଲିକତା ଅଭିମୁଖେ ଯାଉଥିବା ବେଳେ ବ୍ରେକ ଫେଲ ଯୋଗୁ ପ୍ରଥମେ ଏକ କାର ଓ ବାଇକକୁ ଧକ୍କାଦେଇ ରାସ୍ତା କଡ଼କୁ ସାଇଡ ହୋଇ ଯାଇଥିଲା। ଏହି ଦୁର୍ଘଟଣାରେ ଟ୍ରକ ଚାଳକ ଝାରଖଣ୍ଡ ରାଜ୍ୟ ବିରଭୁମ ଅଞ୍ଚଳର ସାଇଦ ମିଆଁ(୨୪) ଓ ହେଲପର ଖାଡ଼ଗପୁର ଅଞ୍ଚଳର ରାମପଦ ପାଲ(୨୨) ଗୁରୁତର ଆହତ ହୋଇଥିବା ବେଳେ ସାଙ୍ଗରେ ବୁଲିବାକୁ ଆସିଥିବା ଟ୍ରକ ଚାଳକଙ୍କ ଭାଇ ମୋହିତ ମିଆଁ ଦୁର୍ଘଟଣା ଭୟରେ ଟ୍ରକରୁ ଡିଆଁ ମାରିଦେବାରୁ ରାସ୍ତା କୋଡ଼ରେ ଥିବା କଂକ୍ରିଟ ବାଡ଼ରେ ପିଟିହୋଇ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ। ଅନ୍ୟପକ୍ଷେ ଏହି ଦୁର୍ଘଟଣାରେ ବିଶୋଇ ଅଭିମୁଖେ ଯାଉଥିବା ଚାନ୍ଦୁଆ ଥାନା ଅଞ୍ଚଳର ବାଇକ ଚାଳକ ସନାତନ ସରେନ(୩୦)ମଧ୍ୟ ଗୁରୁତର ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ଜାତୀୟ ରାଜପଥ ଆମ୍ବୁଲାନ୍ସ ଯୋଗେ ବାଙ୍ଗିରିପୋଷି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ପିଆରଏମ ମେଡିକାଲ କଲେଜକୁ ସ୍ଥାନାନ୍ତରଣ କରାଯଇଛି। ଖବର ପାଇ ବାଙ୍ଗିରିପୋଷି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀରକୁ ଉଦ୍ଧାର କରି ବାଙ୍ଗିରିପୋଷି ଡାକ୍ତରଖାନାକୁ ଆଣି ତଦନ୍ତ ଜାରି ରଖି ଦୁର୍ଘଟଣାଗ୍ରସ୍ଥ ଗାଡିକୁ ଜବତ କରିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!