ବଡ଼ମ୍ବା,(ବାଘୁଆବାର୍ତ୍ତା): ଆମ ହକ୍ ଆମକୁ ଫେରାଇ ଦିବ । ସର୍ବପୁରାତନ ଜେଲକୁ ତୁରନ୍ତ ପୁନଃକାର୍ଯ୍ୟକ୍ଷମ କରିବା ସହିତ ବଡ଼ମ୍ବାରେ ସବଜଜକୋର୍ଟ ପ୍ରତିଷ୍ଠା କରାଯାଉ ଏବଂ ମାଣିଆବନ୍ଧ ଫାଣ୍ଡିକୁ ଥାନାର ମାନ୍ୟତା ଦାବି ନେଇ ତହସିଲ ପୋଟିକରେ ଅନିର୍ଦ୍ଧିଷ୍ଟକାଳ ପାଇଁ ଧାରଣା ଦେଲେ ବଡ଼ମ୍ବା ଅ ଳରୁ ବୁଦ୍ଧିଜୀବି, ଓକିଲ ଓ ରାଜନେତା । ଆଜିଠାରୁ ଏହି ଧାରଣା ଓ ଅନଶନ କାର୍ଯ୍ୟକ୍ରମ ଚାଲୁ ରହିବ ଯେ ପର୍ଯ୍ୟନ୍ତ ରାଜ୍ୟ ସରକାର ଏହି ଦାବି ଗୁଡିକ ଉପରେ ହସ୍ତକ୍ଷେପ ନକରି ସମାଧାନ ନକରନ୍ତି ସେ ପର୍ଯ୍ୟନ୍ତ ଏହି ଧାରଣା ଓ ଅନଶନ ଜାରି ରହିବ । ଦରକାର ପଡିଲେ ଆଗାମି ଦିନରେ ଏହି ଧାରଣାକୁ ତୀବ୍ରତର କରାଯିବା ସହିତ ଗଣଆନ୍ଦୋଳନ ଡାକରା ଦିଆଯିବ । ଏବଂ ଯଥାଶୀଘ୍ର ଯଦି ଉପସ୍ଥାପିତ କରାଯାଇଥିବା ଦାବି ଗୁଡିକ ରାଜ୍ୟ ସରକାର ସମାଧାନ ନକରନ୍ତି ତେବେ କ୍ରିୟାନୁଷ୍ଠାନ କମିଟି ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବ ବୋଲି ଓକିଲ ସଂଘର ସଭାପତି କୈଳାସ ଚନ୍ଦ୍ର ଜେନା ଚେତାବନୀ ଦେଇଛନ୍ତି ।





