Friday, September 11, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମନ୍ଦିର ଲୁଟ ଘଟଣା, ୪ ଜଣ ଗିରଫ

by ସଞ୍ଜୟ ସ୍ୱାଇଁ
March 10, 2025
in Crime, State
ମନ୍ଦିର ଲୁଟ ଘଟଣା, ୪ ଜଣ ଗିରଫ
461
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଟାଉନଥାନା ଅନ୍ତର୍ଗତ ପୁରୁଣା ସହରରେ ଅବସ୍ଥିତ ଜଗନ୍ନାଥ ମନ୍ଦିର ଏବଂ ଗୋପୀନାଥ ମନ୍ଦିର ଲୁଟ ଘଟଣାର ମାଷ୍ଟର ମାଇଣ୍ଡ ସମେତ ୪ ଜଣଙ୍କୁ ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ବୈାଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ଅଁଳାଚୁଆଁ ଗ୍ରାମର ସୁକାନ୍ତ କର୍ମୀ ଏବଂ ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଗଡ଼ଭିତର ଗ୍ରାମର ଲକ୍ଷ୍ମୀନାରାୟଣ ନାୟକ, ନୟାଗଡ଼ର ଗୈାରହରୀ ମହାନ୍ତି, ସୁବଣ୍ଣପୁର ଜିଲ୍ଲା ତରଭା ଥାନା ନୂଆପଡ଼ା ଛକର ସାହିଲ ପାତ୍ର ପ୍ରମୂଖ ରହିଛନ୍ତି ।

 

ସୁକାନ୍ତ ବିଭିନ୍ନ ମନ୍ଦିରରୁ ଚୋରୀ କରିବା ପରେ ଅନ୍ୟ ତିନି ଜଣ ଅଭିଯୁକ୍ତ ତାଙ୍କଠାରୁ ଚୋରୀ ସାମଗ୍ରୀ କିଣୁଥିଲେ ବୋଲି ଏସ୍‌ପି ଏସ୍ ସୁଶ୍ରୀ ସୂଚନା ଦେଇଛନ୍ତି । ଉଭୟ ଚୋରୀ ଘଟଣା ସମ୍ପର୍କରେ ଦେବୋତ୍ତର ବିଭାଗ ସୁପରଭାଇଜର ସୁବାଷ ଚନ୍ଦ୍ର ବରାଡ଼ଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଥିଲା । ନୟାଗଡ଼ ପୁଲିସ ପାଇଁ ଏହା ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ସିସିଟିଭି ଫୁଟେଜକୁ ଆଧାର କରିବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ଲାହିଥିବା ଏଆଇ କ୍ୟାମେରା ଫଟୋ ସହ ତାହାକୁ ମିଶାଇ ପୁଲିସ ତଦନ୍ତକୁ ତ୍ୱରାନ୍ୱିତ କରିଥିଲା ।

   

ନୟାଗଡ଼ ଏସଡିପିଓ ଜ୍ୟୋତି ରଞ୍ଜନ ସାମନ୍ତରାୟଙ୍କ ତତ୍ୱାବଧାନରେ ଟାଉନଥାନା ଅଧିକାରୀ ରଶ୍ମି ରଞ୍ଜନ ମହାପାତ୍ର ଏହି ଘଟଣାର ତଦନ୍ତ କରିଥିଲେ । ଅଭିଯୁକ୍ତଙ୍କୁ ଗିରଫ ପରେ ତା ସୂଚନା ଆଧାରରେ ଚୋରୀ ସାମଗ୍ରୀକୁ ଉଦ୍ଧାର କରାଯାଇଛି । ଚୋରୀ ସାମଗ୍ରୀ ମଧ୍ୟରେ ୩୨ ଗ୍ରାମ ଓଜନର ୮ଟି ସୁନା ଚିତା, ୧୫ ଶହ ଗ୍ରାମ ଓଜନର ରୂପା ମୁକୁଟ, ନାଗ ମୂର୍ତ୍ତୀ, ନାକଚଣା ଏବଂ ୩୪ କେଜି ଓଜନର ପିତଳ ରହିଛି । ଏହା ସହିତ ଏକ ମୋବାଇଲ ଫୋନ୍‌, ଚୋରୀରେ ବ୍ୟବହୃତ ଆଇରନ ରଡ଼, ଦୁଇଟି ବ୍ୟାଗ ଏବଂ ନଗଦ ୪୦ ହଜାର ଟଙ୍କା ଜବତ ହୋଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!