ଭୁବନେଶ୍ୱର,(ବାଘୁଆବାର୍ତ୍ତା): ବିଧାନସଭାରେ ପାରିତ ହେଲା ଶ୍ରୀମନ୍ଦିର ପରିକ୍ରମ ଯୋଜନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ପରିକ୍ରମ ଯୋଜନା ଉପରେ ସଂକଳ୍ପ ପ୍ରସ୍ତାବ ଆଣିଥିଲେ । ଯାହାକୁ ନେଇ ବିଧାନସଭା ଗୃହରେ ସର୍ବ ସମ୍ମତି କ୍ରମେ ଆଜି ଏହି ଯୋଜନା ପାରିତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଶ୍ରୀମନ୍ଦିରର ନିରାପତା, ଭକ୍ତଙ୍କ ନିରାପତା, ଭକ୍ତଙ୍କ ପାଇଁ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ବିବୃତି ରଖିବା ସହିତ ୩ଟି ପ୍ରସ୍ତାବ ଆଣିଛନ୍ତି । ସେଗୁଡିକ ହେଲା ସଂକଳ୍ପ ନେବା ଓ ଶୀଘ୍ର କାମସାରିବାକୁ ନିଷ୍ଠାର ସହ ଉଦ୍ୟମ କରିବା, ପ୍ରତି ଓଡ଼ିଆ ଓ ଜଗନ୍ନାଥ ପ୍ରେମୀମାନଙ୍କୁ ସେମାନଙ୍କ ଅବଦାନ ରଖିବାକୁ ସୁଯୋଗ ଦେବା, ଶ୍ରୀମନ୍ଦିର ପରିକ୍ରମ ଯୋଜନା ପାଇଁ ତ୍ୟାଗ କରିଥିବା ପୁରୀବାସୀଙ୍କ ତ୍ୟାଗ ପାଇଁ ଧନ୍ୟବାଦ ଦେବା । ଶ୍ରୀମନ୍ଦିର ନିରାପ ।, ପୁରୀକୁ ଆସୁଥିବା ଲକ୍ଷ ଲକ୍ଷ ଭକ୍ତଙ୍କ ନରାପ ।କୁ ଗୁରୁତ୍ୱ ଦିଆଯିବ । ତା ସହିତ ଭକ୍ତଙ୍କ ପାଇଁ ଆଧ୍ୟାତ୍ମିକ ପରିବେଶର ବ୍ୟବସ୍ଥା କରାଯାଇଛି । ଏବଂ ଜଗନ୍ନାଥଙ୍କୁ ଦର୍ଶନ ପାଇଁ ଆସୁଥିବା ଭକ୍ତ ଦିବ୍ୟ ଅନୁଭୂତରି ନେଇ ଫେରିବେ । ସେଥିପାଇଁ ସମସ୍ତ ସେବାୟତ, ପୁରୀବାସୀ ଓ ଗଜପତି ମହାରାଜାଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏବଂ ଉକ୍ତ ଯୋଜନା ପାଇଁ ସହଯୋଗ କରିଥିବା ସମସ୍ତ କର୍ମକ ର୍ାଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କୃତଜ୍ଞତା ଜଣାଇବା ସହିତ ଧନ୍ୟବାଦ ଜଣାଇଛନ୍ତି ।





