ଭୁବନେଶ୍ବର, (ବାଘୁଆବାର୍ତ୍ତା): ପାତ୍ରପଡା ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଚାଲିଗଲା ଜଣଙ୍କ ଜୀବନ। ପିକ ଅପ୍ ଭ୍ୟାନ ଧକ୍କାରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।। ଭାଇଜି ଗାଙ୍ଗୁରାମ ମିଠା ଦୋକାନ ସାମ୍ନାରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ଖଣ୍ଡଗିରି ଥାନା ପୁଲିସ। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ସେପଟେ ଦୁର୍ଘଟଣା ଘଟାଇଥିବା ପିକ ଅପ ଭ୍ୟାନକୁ ଅଟକ ରଖାଯାଇଛି ।





