Friday, September 11, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅଟୋ ଡ୍ରାଇଭର ମୃତ୍ୟୁ ଘଟଣାରେ ପର୍ଦ୍ଦାଫାଶ

by ସଞ୍ଜୟ ସ୍ୱାଇଁ
March 10, 2025
in Crime, State
ଅଟୋ ଡ୍ରାଇଭର ମୃତ୍ୟୁ ଘଟଣାରେ ପର୍ଦ୍ଦାଫାଶ
99
VIEWS
Share on FacebookShare on Twitter

କରଞ୍ଜିଆ, (ବାଘୁଆବାର୍ତ୍ତା): ପରିତ୍ୟକ୍ତ କୂଅରୁ ମୃତଦେହ ଠାବ ଘଟଣା । ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କଲା ପୋଲିସ । ହତ୍ୟାରେ ସାମିଲ ଥିବା ସ୍ୱାମୀ ବିଶ୍ୱନାଥ ବେହେରା ଏବଂ ସ୍ତ୍ରୀ ରଶ୍ମିତା ବେହେରାଙ୍କୁ ଗିରଫ କରିଛି ପୋଲିସ । ଏହି ହତ୍ୟା ପରିକ୍ରୀୟା ପ୍ରୀତି ଯୋଗୁ ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି । ଗତ ବୁଧବାର ଦିନ ମୟୁରଭଞ୍ଜ ଜିଲ୍ଲା ରରୁଆଁ ଥାନା ତେରଣ୍ଟୀ ଗାଁରେ ଥିବା ମା ତାରିଣୀ ଷ୍ଟିଲ୍ ପ୍ଲାଣ୍ଟ ପଛପଟେ ଥିବା ଏକ ପରିତ୍ୟକ୍ତ କୂଅରୁ ଜଣଙ୍କ ମୃତେଦହ ମିଳିଥିଲା । କୂଅ ଭିତରୁ ହାତଗୋଡ଼ ବନ୍ଧା ହୋଇ ଅଖା ଭିତରୁ ମୃତଦେହ ଠାବ ହୋଇଥିଲା । ମୃତକ କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ତ୍ରିବିନ୍ଧା ଗାଁର ଅଟୋ ଚାଳକ ନିରଞ୍ଜନ ନାଏକ ବୋଲି ଜଣାପଡିଥିଲା । ତେବେ ପୋଲିସ ମୃତଦେହକୁ ଜବତ କରି ଆରମ୍ଭ କରିଥିଲା ଛାନ୍‌ଭିନ୍ । ଶେଷରେ ଦୀର୍ଘ ଦିନ ପରେ ପୋଲିସ ହତ୍ୟାକାଣ୍ଡ ସଠିକ କାରଣ ବାହାର କରିଛି । ମିଳିଥିବା ତଥ୍ୟ ଅନୁସାରେ, ମୃତ ନିରଞ୍ଜନଙ୍କୁ ଗତ ଶିବରାତ୍ରୀ ପରଦିନ ରାତିରେ ଡାକିଥିଲେ ରଶ୍ମିତା ବେହେରା । ଏହାପରେ ସ୍ୱାମୀଙ୍କ ସହ ମିଶି ନିରଞ୍ଜନଙ୍କୁ ହତ୍ୟା କରିଥିଲେ । ଅଭିଯୁକ୍ତ ଦମ୍ପତ୍ତିଙ୍କୁ ଗିରଫ ପୋଲିସ କୋର୍ଟ ଚାଲାଣ କରିଛି । ପରିକ୍ରୀୟା ପ୍ରୀତି ଲାଗି ନିରଞ୍ଜନଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!