Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀରେ ପ୍ରବଳ ଜନସମାଗମ

by ସଞ୍ଜୟ ସ୍ୱାଇଁ
February 26, 2021
in Feature News
ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀରେ ପ୍ରବଳ ଜନସମାଗମ
131
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଭୁବନେଶ୍ୱର ୟୁନିଟ୍‌-୩ ସ୍ଥିତ ଇଡ଼୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ହସ୍ତଶିଳ୍ପ ପ୍ରଦର୍ଶନୀରେ ଆଜି ଚତୁର୍ଥ ଦିବସରେ ହସ୍ତଶିଳ୍ପ କ୍ରୟ ପାଇଁ ଲୋକମାନଙ୍କର ଆଗ୍ରହ ବଢ଼ିଥିବା ପରିଲକ୍ଷିତ ହେଉଛି । ଏହି ପ୍ରଦର୍ଶନୀରେ ବିଶେଷ ଭାବରେ ଆୟୋଜିତ ପୁରସ୍କାରପ୍ରାପ୍ତ ହସ୍ତଶିଳ୍ପ ଗ୍ୟାଲେରୀ ଦର୍ଶକମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଜାତୀୟ ଓ ରାଜ୍ୟସ୍ତରରେ ପୁରସ୍କୃତ ହସ୍ତଶିଳ୍ପ କାରିଗରମାନେ ୧୦ଟି ସ୍ୱତନ୍ତ୍ର ଷ୍ଟଲରେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ପ୍ରଦର୍ଶନ କରିଛନ୍ତି । ଏତଦ୍‌ବ୍ୟତୀତ ଓଡ଼ିଶାରୁ ଲୁପ୍ତପ୍ରାୟ ହସ୍ତଶିଳ୍ପ ସାମଗ୍ରୀଗୁଡ଼ିକ ୧୧ଟି ସ୍ୱତନ୍ତ୍ର ଷ୍ଟଲ୍‌ମାନଙ୍କରେ ସ୍ଥାନ ପାଇଛି । ଯେହେତୁ ଏହି ପ୍ରଦର୍ଶନୀରେ ରାଜ୍ୟର ୧୯ଟି ଜିଲ୍ଲାରୁ ହସ୍ତଶିଳ୍ପ କାରିଗରମାନେ ଅଂଶଗ୍ରହଣ କରୁଛନ୍ତି ଓ ହସ୍ତଶିଳ୍ପ ଅନ୍ତର୍ଗତ ୨୬ ପ୍ରକାରର ଆକର୍ଷଣୀୟ ସାମଗ୍ରୀ ପ୍ରଦର୍ଶିତ ତଥା ବିକ୍ରୟ ବ୍ୟବସ୍ଥା କରାଯାଇଛି, ଯାହା ଫଳରେ ଦର୍ଶକମାନଙ୍କର ଆଗ୍ରହ ବୃଦ୍ଧି ପାଇଛି । ପ୍ରଦର୍ଶନୀରେ ନଡ଼ାରେ ତିଆରି ବିଭିନ୍ନ ଘର ସଜେଇବା ସାମଗ୍ରୀ, ନଡ଼ାର ଆକର୍ଷଣୀୟ କୃତିକୁ ଫଟୋ ଫ୍ରେମ ମଧ୍ୟରେ ବିଭିନ୍ନ ଦେବଦେବୀ, ସୁନ୍ଦର ବୃକ୍ଷ, ହାତୀ, ଫୁଲ ଇତ୍ୟାଦି ଷ୍ଟଲ୍‌ରେ ବିକ୍ରୟ ହେଉଛି । ସେହିପରି ପିପିଲି ଚାନ୍ଦୁଆ କାମର ବ୍ୟାଗ, ଘର ସଜେଇବା ଜିନିଷ, ଡୋକା୍ର କାଷ୍ଟିଂର ଦୀପରୂଖା, ପଶୁପକ୍ଷୀ, କ ଇଁଚ, ମହ ମବତୀ ଷ୍ଟାଣ୍ଡ, ଦେବଦେବୀଙ୍କର ମୂର୍ତ୍ତି ଇତ୍ୟାଦି ଖୁବ୍‌ ମନଲୋଭା ହୋଇଛି । ଫୁଲଦାନୀ, ବେଲଣାପିଢ଼ା, ଅଳଙ୍କାର ବାକ୍ସ, ଅନ୍ୟାନ୍ୟ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଆଦି କାଠଶିଳ୍ପର ବିଭିନ୍ନ ସାମଗ୍ରୀ ସହ ଶିଙ୍ଗ ତିଆରି ପାନିଆ, ବଗ, ପେନ୍‌ଷ୍ଟାଣ୍ଡ, ମହମବତୀ ଷ୍ଟାଣ୍ଡ ଆଦି ଦର୍ଶକମାନଙ୍କୁ ଆକୃଷ୍ଟ କରୁଛି । ଧାନ ଓ ନଡ଼ାରେ ତିଆରି ହସ୍ତଶିଳ୍ପ ସାମଗ୍ରୀଗୁଡ଼ିକ ବେଶ୍‌ ଆଦୃତ ହେଉଛି । ଟେରାକୋଟା ଓ କଂସା ବାସନ ସାମଗ୍ରୀଗୁଡ଼ିକ ମଧ୍ୟ ଖୁବ୍‌ ବିକି୍ର ହେଉଛି । ଏହି ପ୍ରଦର୍ଶନୀରେ ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ତରଫରୁ ୨୪ ତାରିଖ ଦିନ ଉଦ୍‌ଘାଟିତ ହୋଇଛି ଓ ଏଥିରେ ୧୧୧ଟି ଷ୍ଟଲ ନିର୍ମାଣ କରାଯାଇଛି । ପ୍ରଦର୍ଶନୀରେ କୋଭିଡ଼୍‌ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!