ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଖରାପାଇଁ ଏଣିକି ସକାଳୁଆ ଖୋଲିବ ସ୍କୁଲ । ଏନେଇ ଆଜି ଗଣଶିକ୍ଷା ଅତିରିକ୍ତ ସଚିବ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଅଧିକାରୀମାନଙ୍କୁ ଚିଠି ଲେଖିଥିବା ସୂଚନା ମିଳିଛି । ସୂଚନାନୁସାରେ, ରାଜ୍ୟରେ ପ୍ରଚଣ୍ଡ ଖରା ହେଉଥିବା ନେଇ ରାଜ୍ୟ ସରକାର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଦୃଷ୍ଟିରେ ସକାଳୁଆ ସ୍କୁଲ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଣିକି ନବମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସକାଳୁ ୭ଟାରୁ ୯ଟା ପର୍ଯ୍ୟନ୍ତ କ୍ଲାସ କରିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ସକାଳ ୯ଟାରୁ ଦିନ ୧ଟା ପର୍ଯ୍ୟନ୍ତ ସ୍କୁଲରେ କ୍ଲାସ କରିପାରିବେ । ଏବଂ ଶ୍ରେଣୀଗୃହରେ ଓଆରଏସ ରଖିବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି । ତେଣୁ ଆଜି ଗଣଶିକ୍ଷା ଅତିରିକ୍ତ ସଚିବ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଅଧିକାରୀ ମାନଙ୍କୁ ଚିଠି ଲେଖିଥିବା ଜଣାପଡିଛି ।





