Thursday, November 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ରେ ଚଳିତ ବର୍ଷ ୨୦୨୫ର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

by ସଞ୍ଜୟ ସ୍ୱାଇଁ
March 9, 2025
in Nayagarh, State
ନୟାଗଡ଼ରେ ଚଳିତ ବର୍ଷ ୨୦୨୫ର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ
149
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶରେ ନୟାଗଡ଼ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଚଳିତବର୍ଷ ୨୦୨୫ର ପ୍ରଥମ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଜିଲ୍ଲାର ଉକ୍ତ ଲୋକ ଅଦାଲତରେ ୭୧ଟିରୁ ୫ଟି ମୋଟର ଦୁର୍ଘଟଣା ଜନିତ ମାମଲା ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ୪୭,୩୦,୦୦୦/- ଟଙ୍କା ପ୍ରଦାନ କରିବାପାଇଁ ବୀମା କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ସେହିପରି ୬୬ଟି ଦେୱାନୀ ମାମଲା ଫଇସଲା କରାଯାଇଥିଲା । ଏନ୍‌.ଆଇ. ଆକ୍ଟ କେସ୍ ୬୧ଟିରୁ ୮ଟି ଫଇସଲା କରାଯାଇ ୧,୮୦,୦୦୦/-ଟଙ୍କା ଆଦାୟ କରାଯାଇଥିଲା ଏବଂ ବିବାହ ଜନିତ ୪୪ଟିରୁ ୮ଟି ମାମଲା ଫଇସଲା କରାଯାଇଥିଲା । ଅନ୍ୟାନ୍ୟ ଫୌଜଦାରୀ ୩୫୬ଟିରୁ ୧୭୮ଟି ଏହା ବାବଦକୁ ମୋଟ ୩୦,୦୦୦ ଟଙ୍କା ଫାଇନ୍ ଆଦାୟ କରାଯାଇ ମାମଲାର ଫଇସଲା କରାଯାଇଥିଲା । ବ୍ୟାଙ୍କଋଣ ନେଇ ଋଣପରିଶୋଧ କରିନଥିବା୨୫୧୭ଜଣଙ୍କ ମଧ୍ୟରୁ ୮୬ଜଣ ଋଣଗ୍ରହୀତାଙ୍କ ଠାରୁ ୩୦,୨୦,୫୮୦/- ଟଙ୍କା ଦେବାପାଇଁ ରାଜିନାମା ସ୍ୱାକ୍ଷରିତ କରାଯାଇଥିଲା ।

ସେହିପରି ୨୮୮୬ଟି ରାଜସ୍ୱ ମାମଲା ଫଇସଲା କରାଯାଇ ମୋଟ ୧୮,୭୬,୫୩୩ ଟଙ୍କା ଆଦାୟ କରାଯାଇଥିଲା । ଜିଲ୍ଲା ସ୍ଥାୟୀ ଏବଂ ନିରନ୍ତର ଲୋକ ଅଦାଲତରେ ୪ଟି ମାମଲାର ଆପୋଷ ସମାଧାନ ହୋଇଥିଲା । ଏହି ଲୋକଅଦାଲତରେ ଜିଲ୍ଲା ଓ ଦୌରାଜଜ୍ ଆନନ୍ଦ ଶ୍ରୀଯୁକ୍ତ ନାରାୟଣ ମହାରଣା, ପରିବାର ଅଦାଲତ ବିଚାରପତି ସୁବ୍ରତ କୁମାର ପଟ୍ଟନାୟକ, ଅତିରି୍‌କ୍ତ ଜିଲ୍ଲା ଦୌରାଜଜ୍ ରୀଜା ରାୟ, ସିଜେଏମ୍ ଶୃତିସ୍ନିଗ୍ଧା ଦାସ, ବରିଷ୍ଠ ଦେୱାନୀ ଅଦାଲତ ବିଚାରପତି ସତ୍ୟବ୍ରତ ରଣା, ବରିଷ୍ଠ ଦେୱାନୀ ଅଦାଲତ ବିଚାରପତି (ଏଲ୍‌ଆର୍ ଆଣ୍ଡ ଏଲ୍‌ଟିଭି) ରବିନାରାୟଣ ବେହେରା, ସଚିବ ଅଞ୍ଜଳି ମଛଖଣ୍ଡ, ଏସ୍‌ଡିଜେଏମ୍ ସୋମାପିକା ସମଦର୍ଶିନୀ, ଜେଏମ୍‌ଏଫ୍‌ଏସି ଲଳିତା ପାତ୍ର, ଜେଏମ୍‌ଏଫ୍‌ଏସି ସମୃଦ୍ଧିସାଗରିକା ବାରିକ ପ୍ରମୁଖ ଉପସ୍ଥିତ ରହି ନିଜନିଜର ଅଦାଲତ ପରିବାଳନା କରିଥିଲେ ।

ରେଜିଷ୍ଟ୍ରର ସୋନାଲି ସାଗରୀକା, ମହିଳା କୋର୍ଟ ବିଚାରପତି ସ୍ୱୟଂପ୍ରଭା ଆଚାର୍ଯ୍ୟ, ଜିଲ୍ଲା ସଂଯୋଜକ (ପିସିଆଇ) ଶୁଚିସ୍ମିତା ପ୍ରିୟଦର୍ଶିନୀ ଉପସ୍ଥିତ ରହିଥିଲେ । ଏହି ଲୋକଅଦାଲତକୁ ସଫଳ କରିବାପାଇଁ ସମସ୍ତ ନ୍ୟାୟ ଅଧିକାରୀ ମିତ୍ର, ଅଧିବକ୍ତା ଦଣ୍ଡପାଣି ସ୍ୱାଇଁ, ରମେଶ ଚନ୍ଦ୍ର ମହାରଣା ଏବଂ ଜିଲ୍ଲା ଆଇନସେବା ପାଧିକରଣର କର୍ମଚାରୀବୃନ୍ଦ ସହଯୋଗ କରିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!