Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସୂଚନା ପ୍ରଯୁକ୍ତି ବିଦ୍ୟାର ବ୍ୟାପକ ଉପଯୋଗ ନେଇ ନିଷ୍ପତ୍ତି

by ସଞ୍ଜୟ ସ୍ୱାଇଁ
February 26, 2021
in Feature News
ସୂଚନା ପ୍ରଯୁକ୍ତି ବିଦ୍ୟାର ବ୍ୟାପକ ଉପଯୋଗ ନେଇ ନିଷ୍ପତ୍ତି
101
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଦେଶର ୨୮ଟି ବିଧାନସଭା ଏବଂ ୮ଟି ବିଧାନ ପରିଷଦର କାର୍ୟ୍ୟ ସମ୍ପାଦନରେ କମ୍ପୁଟର ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟାର ବ୍ୟାପକ ଉପଯୋଗ ନେଇ ନିଷ୍ପତ୍ତି ନିଆଯାଇଥିବା ପରିପ୍ରେକ୍ଷୀରେ ନୂଆଦିଲ୍ଲୀ ପାର୍ଲିଆମେଣ୍ଟ ହାଉସ୍ ଠାରେ ପ୍ରିଜାଇଡିଂ ଅଫିସରଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହାର ତୃତୀୟ କମିଟି ବୈଠକ ଆସାମ ବିଧାନସଭା ବାଚସ୍ପତି ହିତେନ୍ଦ୍ରନାଥ ଗୋସ୍ୱାମୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡ଼ିଶା ବିଧାନସଭା ବାଚସ୍ପତି ଡ଼ଃ. ସୂର୍ୟ୍ୟ ନାରାୟଣ ପାତ୍ର, ଉତ୍ତରାଖଣ୍ଡ ବାଚସ୍ପତି ପ୍ରେମଚାନ୍ଦ ଅଗ୍ରୱାଲଙ୍କ ସମେତ ତେଲେଙ୍ଗାନା, ପଣ୍ଡିଚେରୀ ବିଧାନସଭା ସଚିବ ଯୋଗ ଦେଇଥିଲେ । ଓଡ଼ିଶା ବିଧାନସଭା ତରଫରୁ ପୂର୍ବରୁ ଇ-ବିଧାନସଭା ଉପରେ ପ୍ରଦତ୍ତ ରିପୋର୍ଟ ଉପରେ ଏହି ବୈଠକରେ ମୁଖ୍ୟତଃ ଆଲୋଚନା ହୋଇଥିଲା । ପୂର୍ବରୁ ହିମାଚଳ ପ୍ରଦେଶ ବିଧାନସଭାରେ ପ୍ରଥମେ କମ୍ପୁଟର ଓ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ହୋଇ ପ୍ରଥମ ଇ-ବିଧାନସଭାର ମାନ୍ୟତା ଲାଭ କରିଥିବା ସ୍ଥଳେ ସମ୍ପ୍ରତି ଓଡ଼ିଶା ବିଧାନସଭା ତରଫରୁ ଏ ଦିଗରେ କାର୍ୟ୍ୟ ଆରମ୍ଭ ହୋଇଯାଇଛି । ଇ-ବିଧାନସଭା କାର୍ୟ୍ୟକାରୀ କରିବାରେ ଓଡ଼ିଶା ଗ୍ରହଣ କରିଥିବା କାର୍ୟ୍ୟ ସମ୍ପର୍କରେ ବାଚସ୍ପତି ଡ଼ଃ. ପାତ୍ର ଭିଡିଓ ମାଧ୍ୟମରେ ତଥ୍ୟ ରଖିଥିଲେ । ମିଶନ୍ ମୋଡ୍ ପ୍ରୋଜେକ୍ଟରେ କାର୍ୟ୍ୟକାରୀ ହେଉଥିବା ଇ-ବିଧାନସଭା ଜନସାଧାରଣଙ୍କ ଆଶା, ଆକାଂକ୍ଷାକୁ ଯଥାର୍ଥ ରୂପେ ପ୍ରତିପାଳିତ କରିବା ସହ ସାଧାରଣ ଜନତାଙ୍କୁ ବିଧାନସଭା ସହ ଯୋଡିପାରିବ ବୋଲି ଦର୍ଶାଇଥିଲେ । ଏଥିପାଇଁ ୧୨ କୋଟି ୫୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ଥିବା ସ୍ଥଳେ ୮ କୋଟି ୫୬ ଲକ୍ଷ ଟଙ୍କା ଅନୁମୋଦିତ ହୋଇଛି ଏବଂ ପ୍ରଥମ କିସ୍ତିରେ ସଂସଦୀୟ ବ୍ୟାପାର ବିଭାଗ ତରଫରୁ ୧ କୋଟି ୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଓଡ଼ିଶା ବାଚସ୍ପତିଙ୍କ ତତ୍ତ୍ୱାବଧାନରେ ଲ୍ୟାନ୍, ୱାଇ-ଫାଇ ଏବଂ ଭିଡିଓ କନଫେରେନସିଂ ବ୍ୟବସ୍ଥା ଗ୍ରହଣ କରାଯାଇସାରିଛି ଏବଂ ବିଧାନସଭା କର୍ମଚାରୀଙ୍କ ପାଇଁ ୧୫୦ଟି ଡେସ୍କଟପ୍ ସିଷ୍ଟମ୍ ଯୋଗାଇଦିଆଯାଇଛି । ନେଭା ବ୍ୟବସ୍ଥା କାର୍ୟ୍ୟକାରୀ କରିବା ପାଇଁ ୧୦ ଜଣ ପ୍ରୋଗାମରମାନଙ୍କୁ ବିନିଯୋଗ କରାଯାଇଛି ଏବଂ ବିଧାନସଭାର ଦୈନନ୍ଦିନ କାର୍ୟ୍ୟ ପବ୍ଲିକ୍ ପୋର୍ଟାଲରେ ନିୟମିତ ଭାବେ ଅପ୍-ଡେଟ୍ କରାଯାଉଛି । ବିଧାନସଭାର ପ୍ରରମ୍ଭିକ ଅଧିବେଶନରେ ୧୮ ଫେବୃୟାରୀ ଦିନ ରାଜ୍ୟପାଳଙ୍କ ପ୍ରଦତ୍ତ ଅଭିଭାଷଣ ନେଭା ମାଧ୍ୟମରେ ପ୍ରଥମେ ବିଦାନସଭା ସଭ୍ୟ ଏବଂ ପରେ ପରେ ସମସ୍ତ ଜନସାଧାରଣଙ୍କୁ ନେଭା ମୋବାଇଲ୍ ଆପ୍ ଜରିଆରେ ଯୋଗାଇ ଦିଆଯାଇଛି । ୨୨ ଫେବୃୟାରୀରେ ଅର୍ଥମନ୍ତ୍ରୀ ଆଗତ କରିଥିବା ବଜେଟ୍ ମଧ୍ୟ ନେଭାର ମୋବାଇଲ୍ ଆପ୍ ରେ ବିନା କାଗଜରେ ଆଗତ କରାଯାଇଥିଲା । ସି.ପି.ଏମ୍.ୟୁ, ନେଭା ଏବଂ ଏନ୍.ଆଇ.ସି. ପାର୍ଲିଆମେଣ୍ଟ ଡିଭିଜନ୍ ସମସ୍ତ ବିଧାୟକ ଏବଂ ବିଧାନସଭା କର୍ମଚାରୀଙ୍କୁ ଏଦିଗରେ ଆବଶ୍ୟକୀୟ ତାଲିମ ପ୍ରଦାନ କରିବାକୁ ବ୍ୟବସ୍ଥା ଗ୍ରହଣ କରୁଛି । ବିଧାନସଭା ସଚ୍ଚିବାଳୟ ପାଇଁ ୬୬ଟି ଡେସ୍କଟପ୍ କିଣା ବାବଦରେ ୪୬ ଲକ୍ଷ ୫୭ ହଜାର ୩୧୩ ଟଙ୍କା, ଲାନ୍, ୱାଇ-ଫାଇ ଏବଂ ଭିଡିଓ କନଫରେନସିଂ ବ୍ୟବସ୍ଥା ୧ କୋଟି ୩୬ ଲକ୍ଷ ୬୫ ହଜାର ୨୪୬ ଟଙ୍କା, ବିଧାନସଭା ଗୃହ ମଧ୍ୟରେ ଭିଡିଓ କନଫରେନସିଂ ବ୍ୟବସ୍ତା ଗ୍ରହଣ ବାବଦରେ ୧୦ ଲକ୍ଷ ୫୭ ହଜାର ୫୭୦ ଟଙ୍କା ଏ ପର୍ୟ୍ୟନ୍ତ ବ୍ୟୟ କରାଯାଇଛି । ଇ-ବିଧାନସଭା କାର୍ୟ୍ୟକାରୀ କରିବାରେ ଓଡ଼ିଶା ବିଧାନସଭାର କାର୍ୟ୍ୟକୁ ବୈଠକରେ ଉଚ୍ଚ ପ୍ରଶଂସା କରାଯାଇଛି । ପ୍ରକାଶୟୋଗ୍ୟ ଯେ ଓଡ଼ିଶା ବିଧାନସଭା ତରଫରୁ ପ୍ରଦତ୍ତ ଇ-ବିଧାନସଭା ସମ୍ପର୍କିତ ପ୍ରକଳ୍ପକୁ ମଡେଲ ପ୍ରକଳ୍ପ ରୂପେ ସମଗ୍ର ଦେଶରେ ଗ୍ରହଣ କରାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!