ନୂଆଦିଲ୍ଲୀ,(ବାଘୁଆବାର୍ତ୍ତା): ବିରାମ ନେଲେ ବିନୟ କୁମାର । ଆଜି ୧୭ ବର୍ଷର କ୍ରିକେଟ କ୍ୟାରିୟରରେ ରୋକ୍ ଲଗାଇଲେ । ଭାରତର ଅଭିଜ୍ଞ ପେସ୍ ବୋଲର ବିନୟ କୁମାର ଆନ୍ତର୍ଜାତୀୟ ଓ ପ୍ରଥମଶ୍ରେଣୀ କ୍ରିକେଟରୁ ବିରାମ ନେଇଛନ୍ତି । ଭାରତ ପକ୍ଷରୁ ୩ଟି ଫର୍ମାଟରେ ଖେଳିଥିବା ଏହି ପେସ୍ ବୋଲର ନିଜ କ୍ୟାରିୟରରେ ୯ଶହରୁ ଉର୍ଦ୍ଧ ୱିକେଟ ନେଇଛନ୍ତି । ସେହିଥିରେ କେବଳ ପ୍ରଥମ ଶ୍ରେଣୀ କ୍ରିକେଟରେ କେବଳ ୫୦୪ଟି ୱିକେଟ ସାମିଲ ହୋଇଛି । ବିନୟ କୁମାରଙ୍କ ସାଥି ଖେଳାଳୀ, ସମସ୍ତ ଫ୍ୟାନ ଓ ବିସିସିଆଇକୁ ଧନ୍ୟବାଦ ଜଣାଇ ଆଜି କ୍ରିକେଟ୍ ଜଗତରୁ ସନ୍ୟାସ ନେଇଥିବା ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।





