Thursday, November 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମହିଳା ସଶକ୍ତିକରଣ ପାଇଁ ପ୍ରଶିକ୍ଷଣ

by ସଞ୍ଜୟ ସ୍ୱାଇଁ
March 8, 2025
in Nayagarh, State
ମହିଳା ସଶକ୍ତିକରଣ ପାଇଁ ପ୍ରଶିକ୍ଷଣ
100
VIEWS
Share on FacebookShare on Twitter

ଦଶପଲ୍ଲା, (ବାଘୁଆବାର୍ତ୍ତା): ଗ୍ରାମାଞ୍ଚଳରେ ବସବାସ କରୁଥିବା ଆଦିବାସୀ ତଥା ଅନ୍ୟ ସମ୍ପ୍ରଦାୟର ମହିଳାମାନଙ୍କୁ ସଶକ୍ତ କରି ଉଦ୍ୟୋଗ ସ୍ଥାପନ ନିମନ୍ତେ ଦଶପଲ୍ଲା ବ୍ଲକର ପଙ୍କୁଆଠାରେ ଥିବା ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଜୀବନରେଖା ପରିଷଦ ପକ୍ଷରୁ ମହିଳାଙ୍କ ତାଲିମ କାର୍ଯ୍ୟ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି। କେନ୍ଦ୍ର ସରକାରଙ୍କ ଏମଏସଏଇ ବିଭାଗ ଆନୁକୂଲ୍ୟରେ ତଥା ଖଦି ଓ ଗ୍ରାମୀଣ ଉଦ୍ୟୋଗ କମିଶନ ସହାୟତାରେ ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ କାର୍ଯ୍ୟକ୍ରମ ଉପରେ ତାଲିମ ଦିଆଯାଇଛି।

ଆୟୋଜନ ଅନୁଷ୍ଠାନର ନିର୍ଦ୍ଦେଶକ ଡ. ମନୋରଂଜନ ମିଶ୍ର, ନୟାଗଡ ଷ୍ଟେଟ ବ୍ୟାଙ୍କର ଲିଡ୍ ବ୍ୟାଙ୍କ ମ୍ୟାନେଜର ଲୋହିତ କୁମାର ନନ୍ଦ, ଖଦି ଓ ଗ୍ରାମୀଣ ଉଦ୍ୟୋଗ କମିଶନର ନୋଡାଲ ଅଧିକାରୀ ସମରେନ୍ଦ୍ର ମିନା, ବ୍ୟାଙ୍କିଂ ପ୍ରଶିକ୍ଷକ ପ୍ରଦୀପ୍ତ କୁମାର କର, ଇଟେଣ୍ଡରିଂ ପ୍ରଶିକ୍ଷକ ସୁନୀଲ କୁମାର ସାହୁ ଏବଂ ସମାଜସେବୀ ସଂସ୍ଥା ସ୍ପେସ୍ର ଚେୟାରମ୍ୟାନ ଜଗତ କୁମାର, ପ୍ରକଳ୍ପ ନିର୍ଦ୍ଦେଶକ ଭେନୁଗୋପାଲ ରାଓ, ସମ୍ପାଦକ ଅରବିନ୍ଦ ସାହୁ ଏବଂ ସ୍ଥାନୀୟ ୟୁନିୟନ ବ୍ୟାଙ୍କର ଶାଖା ପରିଚାଳକ ରୁଦ୍ର କୁମାର ବିଭିନ୍ନ ପର୍ଯ୍ୟାୟରେ ତାଲିମ ଦେଇଥିଲେ। ଉକ୍ତ ତାଲିମ ଶିବିରରେ ୧୨ ଗୋଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ୬୦ ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ମୁଖ୍ୟତଃ ମହୁଚାଷ, ନାପ୍‌କିନ ପ୍ରସ୍ତୁତି, ଲିମ୍ବତେଲ ପ୍ରସ୍ତୁତି, ପାଉଁରୁଟି ପ୍ରସ୍ତୁତି ଓ ଫସଲ ସଂରକ୍ଷଣ ଉପରେ ତାଲିମ ଦିଆଯାଉଛି। ଏହି କାର୍ଯ୍ୟକ୍ରମକୁ ପ୍ରକଳ୍ପ ସଂଯୋଜକ ରାଜେଶ ରାଉତରାୟ ସହଯୋଗୀ ବିଶ୍ୱଜିତ ସାହୁ ସଂଚାଳନ କରିଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!