ଭୁବନେଶ୍ୱର,(ବାଘୁଆବାର୍ତ୍ତା): ୫ଟି ରାଜ୍ୟରେ ପୁଣି ଥରେ ମହାମାରୀ କରୋନା କୋଭିଡ୍-୧୯ ଭାଇରସ୍ ଚେଉଁଥିବା ଯୋଗୁଁ ଓଡ଼ିଶା ସରକାର ଆଗୁଆ ତତ୍ପରତା ଦେଖାଇଛନ୍ତି । ଯାହାଫଳରେ ରାଜ୍ୟ ସରକାର ବାହାର ରାଜ୍ୟରୁ ଓଡ଼ିଶାକୁ ଆସୁଥିବା ବ୍ୟକ୍ତି ବିଶେଷ ମାନଙ୍କ ଉପରେ କଡ଼ା ନଜର ରଖିଛନ୍ତି । ସେଥିପାଇଁ ରେଳ ଷ୍ଟେସନରେ ଆଜିଠାରୁ ସ୍କ୍ରିନିଂ ସେଣ୍ଟର ଖୋଲାଯାଇଛି । ଯେଉଁମାନଙ୍କର ଲକ୍ଷଣ ଦେଖାଯିବ ତାଙ୍କୁ ସଙ୍ଗେ ସଙ୍ଗେ ଆଣ୍ଟିଜେନ ଟେଷ୍ଟ କରାଯିବ । ରେଳ ଷ୍ଟେସନର ପ୍ରବେଶ ଓ ପ୍ରସ୍ଥାନ ଦ୍ୱାରରେ ସ୍କ୍ରିନିଂ କରାଯିବ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୂରୀ ସୂଚନା ଦେଇଛନ୍ତି ।





