ନୟାଗଡ଼,(ବାଘୁଆବାର୍ତ୍ତା): ଲାଗିଥିବା ଦଫା କୋହଳ କରିବାକୁ ନେଉଥିଲେ ଲାଞ୍ଚ । ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାବୁଡ଼ରେ ଧରା ପଡ଼ି ଗିରଫ ହେଲେ ଥାନାବାବୁ । ଏଭଳି ଏକ ଅଭିଯୋଗ ଆସିଛି ଢେଙ୍କାନାଳ ଅଞ୍ଚଳରେ । ସୂଚନାନୁସାରେ, ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନାରେ ଏକ ଯୌତୁକ ଜନିତ ମାମଲାରେ ଲାଗିଥିବା ୩୦୭ ଦଫା ହଟାଇବା ପାଇଁ ପରୋକ୍ଷ ଦଳଠାରୁ ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଥାନା ଅଧିକାରୀ ଚିତ୍ତ ରଞ୍ଜନ ବେହେରା । ଆଜି ଉକ୍ତ ୬ହଜାର ଟଙ୍କା ନେବା ବେଳେ ଛପି ରହିଥିବା ଭିଜିଲାନ୍ସ ଟିମ୍ ଥାନା ଅଧିକାରୀ ଚିତ୍ତରଞ୍ଜନଙ୍କୁ ଧରିଥିଲା । ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହିତ ଥାନା ଅଧିକାରୀ ଓ ଜଣେ ହୋମଗାର୍ଡକୁ ଭିଜିଲାନ୍ସ ଟିମ୍ କାବୁ କରିଛି ।





