ଭୁବନେଶ୍ୱର,(ବାଘୁଆବାର୍ତ୍ତା): କେଲାକାର୍ପିତ ହେଲା ୫ ଟି ଅନଲାଇନ ସେବା । ଏହା ସହିିତ ୫ ଟି ଅଧିନରେ ଥିବା ମହିଳା ଓ ଶିଶୁ ବିକାଶ ବିଭାଗର ୫ ଟି ଅନଲାଇନ ସେବାକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହିଳା ଓ ଶିଶୁମାନଙ୍କୁ ତ୍ୱରିତ ଓ ଉନ୍ନତମାନର ସେବା ଯୋଗାଇବା ପାଇଁ ଏହି ସେବା ସହାୟକ ହେବ । ବିଭିନ୍ନ ବିଭାଗର କାର୍ଯ୍ୟଦକ୍ଷତାରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ଏଭଳି ପ୍ରୟାସ ଆରମ୍ଭ କରିଛନ୍ତି । ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀ ୫ ଟି ପୋର୍ଟାଲର ଲୋକାର୍ପଣ କରିଛନ୍ତି । କାଳିଆ, ମୋ ଛତୁଆ ଆପ, ମାନଦେୟ ପୋର୍ଟାଲ, ମମତା ଆପ ଓ ମୋ ଶିଶୁ ପୋର୍ଟାଲ ସାମିଲ କରାଯାଇଛି । ରାଜ୍ୟ ସରକାର ଦୀର୍ଘ ୨୦ ବର୍ଷ ଧରି ଶିଶୁମାନଙ୍କର କଲ୍ୟାଣ ଓ ମହିଳାମାନଙ୍କର ସଶକ୍ତିକରଣକୁ ସର୍ବାଧିକ ପ୍ରାଥମିକତା ଦେଇ କାର୍ଯ୍ୟକରି ଆସୁଅଛୁ । ଯାହାଫଳରେ ଫ ।ୟତ ସ୍ତରରେ ୭୦ଲକ୍ଷ ମହିଳାଙ୍କୁ ସଶକ୍ତ କରାଯାଇଛି । ଓଡ଼ିଶା ଆଜି ମହିଳା ସଶକ୍ତି କରଣ, ଶିଶୁମାନଙ୍କର ଯତ୍ନ ଏବଂ ପୃଷ୍ଟିକର କ୍ଷେତ୍ରରେ ସାରା ଦେଶରେ ଓଡ଼ିଶା ରାଜ୍ୟ ଆଦର୍ଶ ରାଜ୍ୟ ଭାବେ ପରିଚିତ ହୋଇପାରିଛି । ଓଡ଼ିଶା ଏକମାତ୍ର ରାଜ୍ୟ ଯିଏକି ପ୍ରଥମେ ପୃଷ୍ଟି ବଜେଟ କରାଯାଇଛି ବୋଲି ବକ୍ତବ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପରିପେକ୍ଷିରେ ୫ ଟି ଅନଲାଇନ ସେବା, ପରିବ ିର୍ତ ପରିସ୍ଥିତିରେ ହିତାଧିକାରୀଙ୍କୁ ଗୁଣାତ୍ମକ ସେବା ଯୋଗଇବାରେ ସଫଳ ହୋଇଛି । ରାଜ୍ୟ ସରକାର ମହିଳା ଓ ଶିଶୁ ବିଭାଗର କଲ୍ୟାଣ ପାଇଁ ପ୍ରତିବଦ୍ଧତା ସହ କାର୍ଯ୍ୟ କରୁଛି ବୋଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁ ବକ୍ତବ୍ୟରେ ରଖିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏଭଳି ମାର୍ଗଦର୍ଶକ ଗାଁ ଗହଳୀର ପ୍ରତିଟି ପରିବାର ପାଖରେ ପହଞ୍ôଚ ପାରିଛି ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ।





