ନୟାଗଡ଼, (ବାଘୁଆବାର୍ତ୍ତା): ଆସନ୍ତା ୧୯ ତାରିଖ ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ଆରମ୍ଭ ହେବାକୁ ଯାଉଛି ୨୨ ତମ ଜାତୀୟ ନାଟକ ମହୋତ୍ସବ କାନ୍ଫେଷ୍ଟ ୨୦୨୫ । ଏହି ଅବସରରେ ପାରାଦ୍ୱୀପ ପୋର୍ଟର ଜୟଦେବ ସଦନ ସଂସ୍କୃତି ଭବନ ଠାରେ ୨୦ ତାରିଖ ଦିନ ନାଟକ “ବାଞ୍ଝ” ପରିବେଷଣ କରାଯିବ । ଏଥି ନିମନ୍ତେ କାନମାସ ର ସମ୍ପାଦକ ନୟାଗଡ଼ ସିରିୟସ ଜୋନର ନିର୍ଦ୍ଦେଶକ ଜାମିନ କାନ୍ତ ମିଶ୍ରଙ୍କୁ ଏକ ଚିଠି ପ୍ରେରଣ କରିଛନ୍ତି । ନାଟକ “ବାଞ୍ଝ” ସବୁଠାରେ ଲୋକପ୍ରିୟତା ହାସଲ କରି ଆସିଛି । ଜାତୀୟ ନାଟ୍ୟ ମହୋତ୍ସବରେ ଏହି ନାଟକଟି ପରିବେଷଣ ହେବାକୁ ଯାଉଥିବାରୁ ଏହା ନୟାଗଡ଼ ପାଇଁ ଗର୍ବ ଓ ଗୌରବ ଆଣି ଦେଇଛି ।





