Monday, June 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନିବନ୍ଧକଙ୍କ ନିର୍ଦ୍ଦେଶ ଉପରେ ଉଚ୍ଚ ନ୍ୟାୟାଳୟ ସ୍ଥଗିତାଦେଶ 

by ସଞ୍ଜୟ ସ୍ୱାଇଁ
March 7, 2025
in Breaking, Nayagarh
ନିବନ୍ଧକଙ୍କ ନିର୍ଦ୍ଦେଶ ଉପରେ ଉଚ୍ଚ ନ୍ୟାୟାଳୟ ସ୍ଥଗିତାଦେଶ 
564
VIEWS
Share on FacebookShare on Twitter

ଏନ୍‌ଡିସିସିବି ପରିଚାଳନା ପରିଷଦ ନିଲମ୍ବିନ ଘଟଣା 

ନୟାଗଡ଼,(ବାଘୁଆବାର୍ତ୍ତା): ରାଜ୍ୟ ସରକାର ନିର୍ବାଚିତ ଜନପ୍ରତିନିଧିଙ୍କ ଉପରେ ଆକ୍ରୋଶ ମୂଳକ କାର୍ଯ୍ୟାନୁଷ୍ଠାନ ଉପରେ ବାଜିଛି ଉଚ୍ଚ ନ୍ୟାୟାଳୟ ଛାଟ। ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ(ଏନଡିସିସିବି) ପରିଚାଳନା ପରିଷଦକୁ ଗତ ଫେବୃୟାରୀ ୬ ତାରିଖରେ ରାଜ୍ୟ ସମବାୟ ବିଭାଗ ନିବନ୍ଧକ ନିଲମ୍ବନ କରିଥିଲେ। ଏହି ନିର୍ଦ୍ଦେଶ ଉପରେ ଉଚ୍ଚ ନ୍ୟାୟାଳୟ ଆଜି ସ୍ଥଗିତାଦେଶ ପ୍ରଦାନ କରିଛନ୍ତି। ନୟାଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କ ପରିଚାଳନା ପରିଷଦକୁ ବିଭିନ୍ନ ଅମୂଳକ କାରଣ ଦର୍ଶାଇ ନିଲମ୍ବନ କରିଥିବା ବେଳେ ନୟାଗଡ଼ ଜିଲ୍ଲାପାଳଙ୍କୁ ଆଡମିଷ୍ଟେଟର ଭାବେ ନିଯୁକ୍ତ କରା ଯାଇଥିଲା। ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କରେ ସଭାପତି ଓ ପରିଚାଳନା ପରିଷଦ ସହ ସମ୍ପାଦକଙ୍କ ଦୀର୍ଘଦିନ ଧରି ବିବାଦ ଚାଲିଥିଲା । ଯାହାକୁ ନେଇ ପରିଚାଳନା ପରିଷଦ ସମ୍ପାଦକଙ୍କୁ ନିଲମ୍ବିତ କରିଥିଲେ । ଏପରିକି ବିବାଦ କ୍ରମେ ଥାନାରେ ପହଞ୍ଚିଥିଲା । ଏବେ ରାଜ୍ୟ ସମବାୟ ନିବନ୍ଧକ ପରିଚାଳନା ପରିଷଦକୁ ନିଲମ୍ବନ କରିବା ପରେ ଘଟଣା ଭିନ୍ନ ଋପ ନେବାକୁ ଯାଉଛି । ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କରେ ଇନକମ୍ ଟ୍ୟାକ୍ସ ଫାଙ୍କିବା ପାଇଁ ଗୋଟିଏ ଚାଟାର୍ଡ଼ ସଂସ୍ଥାକୁ ୨.୧୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପ୍ରଦାନ କରଯାଇଥିବା ଘଟଣାକୁ ସମବାୟ ବିଭାଗ ଗୁରୁତର ସହ ନେଇଥିଲା । ଏହା ସହିତ ପବିତ୍ର ମୋହନ ପ୍ରଧାନ ନାମକ ଜୈନିକ ଅବସରପ୍ରାପ୍ତ କର୍ମଚାରୀଙ୍କୁ ମାସିକ ୧୦ ହଜାର ବେତନରେ ଓଏସଡି ଭାବେ ନିଯୁକ୍ତ କରାଯାଇଥିବା ଘଟଣାକୁ ସମବାୟ ବିଭାଗ ବେନିୟମ ବୋଲି ଦର୍ଶା ଯାଇଥିଲା। ଯାହା ନିୟମ ଅନୁସାରେ କରାଯାଇଥିବା ସଭାପତି କହିଛନ୍ତି। ସଭାପତି ଓ ପରିଚାଳନା ପରିଷଦ ବୈଠକ ପ୍ରାପ୍ୟ ବାବଦରେ ୪ ହଜାର ଲେଖାଏଁ ଉଠାଣ କରିଥିବା ତା ସହିତ ସଭାପତିଙ୍କ ପାଇଁ ବେତନ, ଟେଲିଫୋନ୍ ବିଲ ଏବଂ ଅନ୍ୟାନ ସୁବିଧା ନେଇ ହୋଇଥିବା ରିଜୋଲେସନକୁ ଅମୂଳକ ବୋଲି ନିବନ୍ଧକ ଦର୍ଶାଇଥିଲେ। ଏହା କେବଳ ରିଜୋଲେଶନ ହୋଇଥିବା ବେଳେ ଆଦୌ କାର୍ଯ୍ୟକାରୀ ହୋଇ ନଥିବା ସୂଚନା ମିଳିଛି। ନିଲମ୍ବନ ଆଦେଶ ଉପରେ ପରିଚାଳନା ପରିଷଦ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଥିଲା। ଆଜି ଏହାର ଶୁଣାଣି କରାଯାଇ ବିଚାରପତି ନିବନ୍ଧକଙ୍କ ଆଦେଶ ଉପରେ ସ୍ଥଗିତାଦେଶ ପ୍ରଦାନ କରିଛନ୍ତି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!