ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ସହର ନୀଳମାଧବ କଲ୍ୟାଣ ମଣ୍ଡପ ପରିସରରେ ନୟାଗଡ଼ ପୁଲିସ ପକ୍ଷରୁ ନୂତନ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଏସଡିପିଓ ଜ୍ୟୋତି ରଞ୍ଜନ ସାମନ୍ତରାୟଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାସ ଚନ୍ଦ୍ର ପଣ୍ଡା ଅତିଥି ଭାବେ ଯୋଗ ଦେଇ ନୂତନ ଆଇନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ମହିଳା ଓ ଶିଶୁଙ୍କ ପ୍ରତି ଆଇନରେ ରହିଥିବା ଦୃଷ୍ଟି କୋଣ ସମ୍ପର୍କରେ ଆଲୋଚନା ହୋଇଥିଲା। ନୟାଗଡ଼ ଟାଉନ ଥାନା ଅତିରିକ୍ତ ଥାନା ଅଧିକାରୀ ଶ୍ରୀକାନ୍ତ ପଣ୍ଡା, ସଦରଥାନ ବିଜୟ ସାହୁ, ବରିଷ୍ଠ ନାଗରିକ ଭଗବତୀ ପ୍ରସାଦ ପଟ୍ଟନାୟକ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ, ମହିଳା, ବୁଦ୍ଧିଜିବି ଓ ଗଣମାଧ୍ୟମ ପ୍ରତିନିଧିମାନେ ସାମିଲ ହୋଇଥିଲେ।





