ନୟାଗଡ଼, (ବାଘୁଆବାର୍ତ୍ତା): ଆକ୍ଟିଭ ମୁଡରେ ନୟାଗଡ଼ ବ୍ଲକ ବିଡିଓ ଏøଶ୍ୱର୍ଯ୍ୟା ଭୁୟାଁ । ବାଳିକା ଛାତ୍ରାବାସରେ ହଠାତ ପଶିଗଲେ । ହଷ୍ଟେଲ ୱାର୍ଡେନ ଓ ଶିକ୍ଷକ ଚକିତ ହୋଇ ପଡିଲେ । ନୟାଗଡ଼ ବ୍ଲକ ବିଡିଓ ବ୍ରଜେନ୍ଦ୍ର ହାଇସ୍କୁଲ ପରିସରରେ ଥିବା ବାଳିକା ହଷ୍ଟେଲକୁ ଅଚାନକ ଗସ୍ତ କରିଥିଲେ । ହଷ୍ଟେଲ ଭିତିଭୁମିର ସ୍ଥିତି ପରଖିବା ସହ ଛାତ୍ରୀ ମାନଙ୍କ ପାଇଁ ପ୍ରସ୍ତୁତି ହୋଇଥିବା ଖାଦ୍ୟ ମାନ ପରଖି ଥିଲେ । ଛାତ୍ରୀ ମାନଙ୍କ ସହ ବାର୍ତାଳାପ କରି ସେମାନଙ୍କର ପାଠ ପଢ଼ା ସମ୍ବନ୍ଧରେ ପଚାରି ବୁଝିଥିଲେ । ନିୟମିତ ପାଠ ପଢ଼ି ଭଲ ମଣିଷ ହେବା ପାଇଁ ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।





