Thursday, November 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ପାଇଁ ପ୍ରଚାର

by ସଞ୍ଜୟ ସ୍ୱାଇଁ
March 5, 2025
in Nayagarh, State
ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ପାଇଁ ପ୍ରଚାର
176
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଦୌରାଜଜ୍ ତଥା ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ସଚିବ ଅଞ୍ଜଳୀ ମଛଖଣ୍ଡଙ୍କ ତତ୍ୱାବଧାନରେ ଦୁଇଦିନ ଧରି ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ପାଇଁ ପ୍ରଚାର କାର୍ଯ୍ୟକ୍ରମ ଗ୍ରାମୀଣ ଆଇନ ସଚେତନତା କର୍ମୀମାନଙ୍କୁ ନେଇ ପ୍ରଥମ ଦିନରେ ନୟାଗଡ଼, ଖଣ୍ଡପଡ଼ା, ଭାପୁର ବ୍ଲକ୍‌ର ସହର ବଜାର ଓ ପଂଚାୟତର ଅଧିକାଂଶ ଗ୍ରାମକୁ ଯାଇ ପ୍ରଚାରପତ୍ର ଏବଂ ଡାକବାଜି ଯନ୍ତ୍ର ମାଧ୍ୟମରେ ଆସନ୍ତା ୮ ତାରିଖ ଶନିବାର ଦିନ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେଉଛି ବୋଲି ପ୍ରଚାର କରିଛନ୍ତି । ଜିଲ୍ଲାର ଅବଶିଷ୍ଟ ବ୍ଲକ୍‌କୁ ଆସନ୍ତା କାଲି ପ୍ରଚାରଗାଡ଼ି ଯିବ ବୋଲି ସଚିବ ମତପ୍ରକାଶ କରିଛନ୍ତି । ଗ୍ରାମୀଣ ଆଇନ୍ ସଚେତନତା କର୍ମୀମାନେ ଜନସାଧାରଣଙ୍କ ନିକଟକୁ ଯାଇ ଲୋକ ଅଦାଲତ କ’ଣ ସେ ସମ୍ପର୍କରେ ବୁଝାଇବାକୁ ଯାଇ କହିଛନ୍ତି କୋର୍ଟ କଚୋରୀରେ ବିଚରାଧିନ ହୋଇ ରହିଥିବା ମୋକଦ୍ଦମା ଗୁଡ଼ିକର ଆପୋଷ ବୁଝାମଣା ଭିତିରେ ଫଇସଲା କରିବାପାଇଁ ଗଠିତ ଅନୁଷ୍ଠାନ ହେଉଛି ଲୋକ ଅଦାଲତ । ଲୋକ ଅଦାଲତରେ ସାକ୍ଷ୍ୟ, ପ୍ରମାଣ ତଥା ପାରମ୍ପିକ ବିଚାର ପ୍ରକ୍ରିୟାର ଦରକାର ପଡ଼େନାହିଁ । ମଧ୍ୟସ୍ଥି ବା ଳାମିଶାକାରୀଙ୍କ ସହାୟତାରେ ଆପୋଷ ବୁଜାମଣା ଭିତିରେ ମୋକଦ୍ଦମାର ଫଇସଲା କରାଯାଏ । ବିବାଦୀୟ ପକ୍ଷ କøଣସି ମୋକଦ୍ଦମାକୁ ଯିବା ପୂର୍ବରୁ ବିବାଦର ଆଶୁସମାଧାନ ପାଇଁ ମଧ୍ୟ ଏହି ଳୋକ ଅଦାଲତର ସହାୟତା ଲୋଡ଼ିପାରିବେ । ଏଠି ଉଲ୍ଲେଖ ଯୋଗ୍ୟ ଯେ ଯଦି ଲୋକଅଦାଲତ ମାଧ୍ୟମରେ କୌଣସି ମୋକଦ୍ଦମାର ଫଇସଲା ହୁଏ, ତେବେ ମୋକଦ୍ଦମାକାରୀ କୋର୍ଟ ଫି (ମୋକଦ୍ଦମା ଖର୍ଚ୍ଚ) ବାବଦକୁ ପୈଠ କରିଥିବା ଟଙ୍କା ଫେରିପାଇବେ ଏବଂ ଲୋକ ଅଦାଲତଙ୍କ ନିଷ୍ପତି/ରାୟ ବିରୁଦ୍ଧରେ କୌଣସି ପକ୍ଷ ଆଉ ଅପିଲ କରିପାରିବେ ନାହିଁ । ତାଲୁକ ସ୍ତରର ଜିଲ୍ଲା ସ୍ତରରେ ରାଜ୍ୟ ସ୍ତରରେ ଏବଂ ହାଇକୋର୍ଟ ସ୍ତରରେ ଏହି ଲୋକଅଦାଲତର ଆୟୋଜନ କରାଯାଇ ହଜାର ହଜାର ମୋକଦ୍ଦମାର ଫଇସଲା କରାଯାଉଛି ବୋଲି କହିଛନ୍ତି । ଏହି ପ୍ରଚାର କାର୍ଯ୍ୟରେ ଗ୍ରାମୀଣ ଆଇନ ସଚେତନା କର୍ମୀ ପ୍ରଫୁଲ୍ଲ କୁମାର ବେହେରା, ଜିନୁ ସାହୁ, ବେବି ବେହେରା, ପ୍ରତୀମା ବେହେରା, ବର୍ଷାରାଣୀ ଚମ୍ପତି, ପୂଜା ନାୟକ, କୃପାସିନ୍ଧୁ ରାଉତ ଏବଂ ଜିଲ୍ଲା ଆଇନ ପାଧିକକରଣ କର୍ମଚାରୀ ପବନ କୁମାର ବେହେରା ପ୍ରମୁଖ ସାମିଲ ହୋଇଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!