ନୟାଗଡ଼,(ବାଘୁଆବାର୍ତ୍ତା) : ୨୦୧୯ ମସିହା ଅପ୍ରେଲ ମାସଠାରୁ ପ୍ରକଳ୍ପ ନବୀକରଣ ନହେବାରୁ ବିଦ୍ୟାଳୟ ସଂଯୋଜକ ତଥା କମ୍ପ୍ୟୁଟର ଶିକ୍ଷକମାନଙ୍କୁ ଛଟେଇ କରି ଦିଆଯାଇଛି । ଫଳରେ ବିଦ୍ୟାଳୟରେ କମ୍ପ୍ୟୁଟର ଲ୍ୟାବ ଗୁଡ଼ିକ ଅଚଳ ହୋଇପଡ଼ିଛି । ଏନେଇ ଜିଲ୍ଲା କମ୍ପ୍ୟୁଟର ଶିକ୍ଷକ ସଂଘ ତରଫରୁ ଗୁରବାର ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଛି । ଛଟେଇ ହୋଇଥିବା ଶିକ୍ଷକମାନଙ୍କୁ ଘରୋଇ ନୁହେଁ ସରକାରୀ ନିଯୁକ୍ତି ଦେବା । ଏହି ଯୋଜନାକୁ ଶିକ୍ଷା ବିଭାଗ ଅଧିନରେ ପରିଚାଳନା କରିବା, ଛାତ୍ରଛାତ୍ରୀଙ୍କୁ କମ୍ପୂଟର ଶିକ୍ଷା ବାଧ୍ୟତାମୂଳକ କରିବା ଆଦି ସଂମ୍ପର୍କରେ ଦାବି କରାଯାଇଛି । ଉପଜିଲ୍ଲାପାଳ ଲଗ୍ନଜିତ ରାଉତଙ୍କ କମ୍ପ୍ୟୁଟର ଶିକ୍ଷକମାନେ ଦାବିପତ୍ର ପ୍ରଦାନ କରିଥିବା ଜଣାଯାଇଛି ।





