ଢେଙ୍କାନାଳ,(ବାଘୁଆବାର୍ତ୍ତା): ଢେଙ୍କାନାଳ ସଦରଥାନା ଅ ଳରେ ଘଟିଛି ବର୍ବରତା ଘଟଣା । ବାପାର ତଣ୍ଟି କାଟିଦେଲା ପୁଅ । ଯାହାଫଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛଟପଟ ହୋଇ ବାପାର ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନାନୁସାରେ, ଢେଙ୍କାନାଳ ସଦରଥାନା ଅନ୍ତର୍ଗତ ଚାଉଳିଆ ଗାଁରେ ଘଟିଛି ଏକ ବର୍ବରତା ହତ୍ୟାକାଣ୍ଡ । ବାପାର ତଣ୍ଟି କାଟି ପୁଅ କରିଛି ହତ୍ୟା । ତେବେ ହତ୍ୟାକରି ପୁଅ ଫେରାର ହୋଇଯାଇଥିବା ବେଳେ ସଦରଥାନା ପୁଲିସ ପହଞ୍ôଚ ବାପାର ମୃତ ଶରୀର ଜବତ କରିବା ସହିତ ଶବ ବେବେଚ୍ଛେଦ କରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ସୂଚନା ମିଳିଛି । ସେପଟେ ପୁଅ କାହିଁକି ବାପାର ତଣ୍ଟି କାଟିଲା ତାହା ଜଣାପଡିନଥିବା ବେଳେ ଗାଁରେ ଚର୍ଚ୍ଚାର ବିଷୟ ପାଲଟିଛି । ଢେଙ୍କାନାଳ ସଦରଥାନା ପୁଲିସ ଘଟଣାକୁ ଗୁରୁତର ସହିତ ନେଇ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।





