ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଓଡ଼ଗାଁ ବ୍ଲକର ବିଭିନ୍ନ କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ତଥା ରାଜ୍ୟର କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ଯୋଗଦେଇଥିଲେ । ପରେ କୃଷିଙ୍କ ଉନ୍ନୟନ ମୁଳକ ବିଭିନ୍ନ ପ୍ରକଳ୍ପକୁ ପରିଦର୍ଶନ କରି ତଦାରଖ କରିଛନ୍ତି । ସୂଚନାନୁସାରେ, ଓଡ଼ଗାଁ ବ୍ଲକ୍ ଗିରିଡିପଲ୍ଲୀ ପଞ୍ଚାୟତର ଝାଡ଼ସାଇଠାରେ ଜଳ ବିଭାଜିକା ଦ୍ୱାରା ଖନନ କରାଯାଇଥିବା ୧୦ ଲକ୍ଷ ଟଙ୍କାର କ୍ଷେତ ପୋଖରୀ ବୁଲି ଦେଖିଥିଲେ । ଉକ୍ତ ଅଞ୍ଚଳର କୃଷକମାନେ କିପରି ସରକାରୀ ସହାୟତା ପାଇ ଉପକୃତ ହେବେ ସେବିଷୟରେ ଚାଷିମାନଙ୍କ ସହିତ ଆଲୋଚନା କରିଥିଲେ । ଏହାପରେ ମନ୍ତ୍ରୀ ଡ଼ ସାହୁ ରୋହିବାଙ୍କ ଠାରେ ଏକ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସୂଚନା ମିଳିଛି ।





