କଟକ,(ବାଘୁଆବାର୍ତ୍ତା): ଭୁବନେଶ୍ୱର ରାଜ ଭବନ ନିକଟରେ ଥିବା ପେଟ୍ରୋଲ ପମ୍ପରେ ଲାଗିଥିବା ଅଗ୍ନିକାଣ୍ଡ ଲୋକଙ୍କ ମନରୁ ନଲିଭୁଣୁ ଆଜି କଟକ ଅଞ୍ଚଳରେ ଥିବା ଏକ ପେଟ୍ରୋଲ ପମ୍ପ ନିକଟରେ ଅଗ୍ନିକାଣ୍ଡ ଘଟିଛି । ଯାହାଫଳରେ ପେଟ୍ରୋଲ ପମ୍ପରେ ଥିବା ସମସ୍ତ କର୍ମଚାରୀ ଛାଡି ପଳାଇଥିବା ଜଣାପଡିଛି । ସୂଚନାନୁସାରେ, କଟକ ଫୁଲନଖରା ଅଞ୍ଚଳରର ବମ୍ଫକୁଦ ରିଲାଏନ୍ସ ପୋଟ୍ରୋଲ ପମ୍ପ ନିକଟରେ ଥିବା ଜଙ୍ଗଲରେ ନିଅାଁ ଲାଗିଥିଲା । ଲାଗିଥିବା ନିଅାଁର ଭୟବହତାକୁୁ ନେଇ ନିକଟରେ ଥିବା ପେଟ୍ରୋଲ ପମ୍ପର କର୍ମଚାରୀ ପେଟ୍ରୋଲ ପମ୍ପ ଛାଡି ପଳାଇଥିଲେ ଏବଂ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ôଚ ଲାଗିଥିବା ନିଅାଁକୁ ଆୟତ କରିବାକୁ ଚେଷ୍ଟା ଜାରି ରଖିଥିବା ସୂଚନା ମିଳିଛି । ତେବେ ଉକ୍ତ ପେଟ୍ରୋଲ ପମ୍ପକୁ କୌଣସି କ୍ଷତି ନପହେ ସେଥିପାଇଁ ବିଶେଷ ଧ୍ୟାନ ଦିଆଯାଇଛି ।





