ନୟାଗଡ଼, (ବାଘୁଆବାର୍ତ୍ତା): ଦଶପଲ୍ଲା ର ଅଗ୍ରଣୀ ସଙ୍ଗଠନ ମହାବୀର ବଣିକ ମହାସଂଘ ମଙ୍ଗଳବାର ଦିନ ଅନୁଷ୍ଠାନ ର ୧୪ ତମ ବାର୍ଷିକ ସାରସ୍ୱତ ଉତ୍ସବ ପାଳନ କରିଛି। ସକାଳୁ ସମସ୍ତ ୧୪ ଗୋଟି ବଜାର ସମ୍ପୂର୍ଣ ବନ୍ଦ କରି ସ୍ଥାନୀୟ ବିଶ୍ୱ କର୍ମା ବଜାର ଠାରୁ ପ୍ରଭୁ ମହାବୀରଙ୍କ ପୂଜା ପରେ ନାମ ସଂକୀର୍ତନ ଦ୍ୱରା ମହାସଂଘ କୁ ଉତ୍ସସିତ ସ୍ୱାଗତ କରିଥିଲେ । ଅନୁରୂପ ଭାବେ ବିଭିନ୍ନ ବଜାର ସଂଘ ପକ୍ଷ ରୁ ଶୋଭାଯାତ୍ରା କୁ ସ୍ୱଗାତ କରିବା ଶହ ଅଭିବାଦନ ଜଣାଇ ଥିଲେ।

ପଟୁଆର ଯିବାବେଳେ ସହର ମଧ୍ୟରେ ଥିବା ବିଭିନ୍ନ ମହାପୁରୁଷ, ସାରସ୍ୱତ ସାଧକ ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ ଥିଲା । ପରେ ଦଶପଲ୍ଲା ର ଆରାଧ୍ୟ ଦେବ ପ୍ରଭୁ ରଘୁନାଥ ଓ ଶ୍ରୀ ମହାବୀରଙ୍କ ମନ୍ଦିରରେ ପୂଜାର୍ଚନା କରି ସଭା ମଞ୍ଚ ମହାବୀର ମହାସଂଘର ନିଜସ୍ୱ କାର୍ୟ୍ୟାଳୟକୁ ଶୋଭାଯାତ୍ରା ଆସିଥିଲା। ଏଠାରେ ସଭାପତି ଅଲେଖ ସାହୁ ବଣିକ ମାନଙ୍କ ପ୍ରତୀକ ଏକତା ପତାକା କୁ ଉତୋଳନ କରି ଥିଲେ। ପଞ୍ଚମୁଖୀ ମହାବୀରଙ୍କ ଫୋଟଚିତ୍ରରେ ଦୀପ ଅର୍ଘ୍ୟ ଦେଇ ସମୂହ ହନୁମାନ ଚାଳିଶା ପାଠ କରି ଅଧିବେଶନ ଆରମ୍ଭ ହୋଇଥିଲା।

ମୁଖ୍ୟ ଅତିଥି ଭାବେ ବିଧାୟକ ରମେଶ ଚନ୍ଦ୍ର ବେହେରା ଦଶପଲ୍ଲା ର ପ୍ରତେକ ବିକାଶ ମୂଳକ କାର୍ୟ୍ୟ ରେ ମହାସଂଘ ର ସହଯୋଗ ପାଇଁ ଅଞ୍ଚଳର ଉର୍ନ୍ନତି ଆଶା ତୀତ ଭାବେ ହେଉଛି। ଏହା ଏକ ଶୁଭ ସଂକେତ ବୋଲି ମତ ପ୍ରକାଶ କରିଥିଲେ। ସୁସଙ୍ଗଠିତ ଯୋଗୁଁ ନିଜର ସୁରକ୍ଷା, ନିରାପତ୍ତା ହୋଇ ପାରୁଛି। ମହାସଂଘ ର ସାମାଜିକ ସ୍ଥରରେ ପତିଆରା ବୃଦ୍ଧି ଘଟିଛି। ଅନ୍ୟ ଅତିଥିଙ୍କ ମଧ୍ୟ୍ୟରେ ବ୍ଲକ ଅଧକ୍ଷା ସୁନଦା ସାହୁ ଓ ଏନ ଏ ସି ଅଧକ୍ଷା ଇଂ ପୁନମ ପ୍ରିୟ ଦର୍ଶନୀ ଯୋଗ ଦେଇ ଅନୁଷ୍ଠାନ ର ଉତ୍ତରତ୍ୱର କାମନା କରିଥିଲେ ।

ସଙ୍ଗଠନର ଉପ ସଭାପତି ଉମାକାନ୍ତ ସାହୁ ଅତିଥି ପରିଚୟ କରିଥିଲେ । ସମ୍ପାଦକ ପ୍ରଶାନ୍ତ କୁମାର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । ଏ ଅବସରରେ ବର୍ଷୀଆନ ବ୍ୟବସାୟୀ ବିଜୟ କୁମାର ଅଗ୍ରୱାଲା ଓ ରବୀନ୍ଦ୍ର ନାଥ ସାହୁଙ୍କ ଉତ୍ସଚାର୍ଗୀକୃତ ସେବା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ବୃହତ ବଜାର ଦୁର୍ଗା ବଜାର ବଣିକ ସଂଘକୁ ଶୃଙ୍ଖଳିତ ବଜାର ଭାବେ ସଭାପତି ସନଜ କୁମାର ସାହୁ ଓ ସାଥି ଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା। ସଙ୍ଗଠନକୁ ସୁଦୃଢ କରିବା ପାଇଁ ବରିଷ୍ଠ ଉପଦେଷ୍ଠା ସଜନ କୁମାର ରାୟ, ଦଣ୍ଡପାଣି ସାହୁ, ତାରାକାନ୍ତ ସାହୁ, ନାରାୟଣ ମହାନ୍ତି ମାର୍ଗ ଦର୍ଶନ କରିଥିଲେ । ଅନୁରୂପ ଭାବେ ପୀତବାସ ପାତ୍ର, କୋଷାଧକ୍ଷ ସଜନ କୁମାର ଅଗ୍ରୱାଲା, ସନ୍ତୋଷ କୁମାର ମିଶ୍ର, ସଂଯୁକ୍ତା ଦାଶଗୁପ୍ତା, ସନ୍ତୋଷ ପଣ୍ଡା ଉଦବୋଧନ ଦେଇଥିଲେ । ନବ ନିର୍ବାଚିତ ମହାସଂଘର କର୍ମ କର୍ତ୍ତାଙ୍କୁ କିଶୋର ଚନ୍ଦ୍ର ସାହୁ ଓ ମାଧବ ଚନ୍ଦ୍ର ପୃଷ୍ଟି ଶପଥ ପାଠ କରାଇଥିଲେ ।





