ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ନୂଆଗାଁ ଥାନା ମହିପୁର ଫାଣ୍ଡି ଅଞ୍ଚଳରେ ଏକ ବଧୁ ହତ୍ୟା ମାମଲା ଦାୟର ହୋଇଛି । ସୁଚନାନୁସାରେ ନୂଆଗାଁ ବ୍ଲକ ଅନ୍ତର୍ଗତ ମହିପୁର ପଞ୍ଚାୟତ ମାଳିସର ଗ୍ରାମରେ ଏକ ବଧୁ ହତ୍ୟା ଅଭିଯୋଗ ଆସିଛି । ୨୦୨୨ ମସିହାରେ ବ୍ରହ୍ମପୁର ବଡ଼ ବଜାର କାଳୁପତର ସାହିର ସୁରେଶ ଚନ୍ଦ୍ର ସାହୁଙ୍କ ଝିଅ ମୋନାଲିସା ସାହୁ ମାଳିସର ଗ୍ରାମର ଲଛବନ ସାହୁଙ୍କ ପୁଅ ନିରଞ୍ଜନ ସାହୁଙ୍କୁ ବିବାହ କରିଥିଲେ । ବିବାହର ପର ମୁହୁର୍ତରେ ପରିବାର ଲୋକ ବିଭିନ୍ନ ସମୟରେ ମୋନାଲିସାଙ୍କୁ ହଇରାଣ ହରକତ କରୁଥିଲେ ।

ମୋନାଲିସା ସାହୁଙ୍କ ବାପାଙ୍କ ଅଭିଯୋଗ ଅନୁସାରେ ନିଜ ଝିଅକୁ ବଧୁ ହତ୍ୟା ସହିତ ନିର୍ଯ୍ୟାତନା, ପରାକ୍ରିୟା ପ୍ରିତି ଓ ଯୌତୁକ ଅଧୀକ ଆଣିବା ଅଭିଯୋଗ କରିଛନ୍ତି । ମହିପୁର ଫାଣ୍ଡି ପକ୍ଷରୁ ଏଏସଆଇ ବିରଞ୍ଚି ନାରାୟଣ ଅମାତ ଘଟଣା ସ୍ଥଳରେ ପହଞ୍ଚି ଶବକୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ଶବ ବ୍ୟବଛେଦ ପରେ ପୁରୀ ସ୍ୱର୍ଗଦ୍ୱାରରେ ଶବ ସଂସ୍କାର କରାଯିବ ବୋଲି ସୁଚନା ମିଳିଛି ।






