ନୟାଗଡ଼,(ବାଘୁଆବାର୍ତ୍ତା): ଅସନ୍ତୁଷ୍ଟ ବ୍ୟକ୍ତିମାନଙ୍କୁ ମଜ୍ଜା ଚଖାଇ ଉପ ନିର୍ବାଚନରେ ସହଜରେ ବାଜି ମାରିଦେଲେ ଟିକିନା ବେହେରା । ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରୟତ ଢୋଲମରା ପଞ୍ଚାୟତରେ ସରପଞ୍ଚଙ୍କ ପାଇଁ ଉପନିର୍ବାଚନର ଆଜି ଭୋଟ ଗଣତି ଶେଷ ହୋଇଛି । ସରପଞ୍ଚ ଉପନିର୍ବାଚନରେ ଟିକିନା ବେହେରା ଖୋଲାବହି ଚିହ୍ନରେ ଲଢ଼ିଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ପ୍ରଶାନ୍ତ କୁମାର ସେଠୀ ମାଛ ଚିହ୍ନରେ ଲଢୁଥିଲେ । ପଞ୍ଚାୟତର ୨୮୫୪ ଜଣ ଭୋଟର ମତଦାନ କରିଥିବା ସେଥିରୁ ୨୨ଖଣ୍ଡ ଭୋଟ ନାକଚ୍ ହୋଇଛି । ଏହି ନିର୍ବାଚନରେ ପ୍ରଶାନ୍ତ କୁମାର ସେଠୀ ୧୨୮୭ ଖଣ୍ଡ ଭୋଟ ପାଇଥିବା ବେଳେ ଟିକିନା ବେହେରା ୧୫୪୫ ଖଣ୍ଡ ଭୋଟ ପାଇଥିଲେ । ଟିକିନା ବେହେରା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ପ୍ରଶାନ୍ତ କୁମାର ସେଠୀଙ୍କୁ ୨୫୮ ଖଣ୍ଡ ଭୋଟରେ ପରାସ୍ତ କରି ଉପନିର୍ବାଚନକୁ ବାଜିମାତ୍ କରିଛନ୍ତି । କଡ଼ା ସୁରକ୍ଷା ବଳୟ ଭିତରେ ଭୋଟ ଗଣତି କାର୍ଯ୍ୟକ୍ରମ ହୋଇଥିବା ବେଳେ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।





