ନୟାଗଡ଼, (ବାଘୁଆବାର୍ତ୍ତା): ଅଡିଟୋରିଅମରେ ନାହିଁ ବିଦ୍ୟୁତ ସଂଯୋଗ। ଫଳରେ ଭଡ଼ାରେ ଆସିଥିବା ଜେନେରେଟର ସାହାଯ୍ୟରେ ଚାଲିଛି ନାଟକ ମହୋତ୍ସବ। ଗତ ବର୍ଷ ୨ କୋଟି ଟଙ୍କା ବ୍ୟୟରେ ଅଡିଟୋରିଅମର ନବୀକରଣ କାର୍ଯ୍ୟ ସମାପନ ହୋଇଥିଲା। ତେବେ ବିଦ୍ୟୁତ ବିଲ ବକେୟାକୁ ନେଇ ମୁନିସିପାଲିଟି ଏବଂ ବିଦ୍ୟୁତ ବିଭାଗ ମଧ୍ୟରେ ଚାଲିଥିବା ତୁ ତୁ ମେଁ ମେଁ ଯୋଗୁଁ ବିଦ୍ୟୁତ ସଂଯୋଗ ହୋଇ ପାରୁ ନଥିବା ଜଣା ପଡ଼ିଛି। ଦୀର୍ଘ ଏକ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଏହି ସମସ୍ୟା ଲାଗି ରହିଥିବା ବେଳେ ଜିଲ୍ଲା ପ୍ରଶାସନ ଚୁପ ହୋଇ ବସି ରହିବା ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।





