ନୟାଗଡ଼,(ବାଘୁଆବାର୍ତ୍ତା): ଆଜି ଶରଣକୁଳ ଲଡୁବାବା ମନ୍ଦିର ପରିସରରେ ଆଖି ଲୁହ ପିଏ ଓଠ ଗୀତର ଲୋକାର୍ପିତ ହୋଇଯାଇଛି । ଏହି ଗୀତକୁ ସମ୍ବର୍ଦ୍ଧନା ମିୟୁଜିକ ଏମ ଦିନବ୍ଧୁ ପ୍ରାୟୋଜିତ ଓ ରଚିତ ଅଞ୍ଜନ କୁମାର ସଂଗୀତ, ଏସ ସଂଗୀତାଙ୍କ କଣ୍ଠରେ ହୃଦୟ ଛୁଆଁ ଆଧୁନିକ ଗୀତ ‘ଆଖି ଲୁହ ପିଏ ଓଠ’ର କବି ଗୋଦାବରୀ ବଶନ୍ତିଆ, କବି ନିରାକାର ସ୍ୱାଇଁ, କବି ବାନାମ୍ବର ସାହୁ, କବି ରଂଜନ ଦାଶ, କବି ପରମାନ୍ଦ ସ୍ୱାଇଁ, ଶିକ୍ଷକ ନେତା ଭକ୍ତ ରଂଜନ ଦାଶ, ଅର୍ଥନୀତିଜ୍ଞ ପ୍ରମୋଦ କୁମାର ସାହୁ, ମନ୍ଦିର ପରିଚାଳକ ସୁବାଷ ଚନ୍ଦ୍ର ବରାଡ, ଲେଖକ ଏମ ଦିନବନ୍ଧୁଙ୍କ କରକମଳରେ ଆଧୁନିକ ଗୀତର ଲୋକାର୍ପିତ ହୋଇଯାଇଛି ।





